ଟିଟିଲାଗଡ଼,ଏନ୍ଏନ୍ଏସ୍: ଡିଏଭି ସ୍ୱୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ ଚଳିତ ବର୍ଷ ଦେଶର ରାଜଧାନୀରେ ଅନୁଷ୍ଠିତ ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ଭାଗ ନେଇଥିବା ମହାବିଦ୍ୟାଳୟର ଏନସିସି କ୍ୟାଡେଟଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ମହାବିଦ୍ୟାଳୟର ଏନସିସି କ୍ୟାଡେଟ ଇପ୍ସିତା ଦାଶ, କ୍ୟାଡେଟ ସଂଗ୍ରାମ କେଶରି ଛୁରା ଓ କ୍ୟାଡେଟ ଯୋସେଫ ବାଗ ଦିଲ୍ଲୀ ପ୍ୟାରେଡରେ ଭାଗ ନେଇଥିଲେ । ସେହିପରି ଗତ ଜୁଲାଇରେ ଦିଲ୍ଲୀଠାରେ ସ୍ଥଳ ସୈନିକ କ୍ୟାମ୍ପରେ ଅଂଶଗ୍ରହଣ କରିଥିବା ଏନସିସି କ୍ୟାଡେଟ ସ୍ୱାଗତ ସାହୁ ଓ କ୍ୟାଡେଟ ଯଶୋବନ୍ତ ସିଂ ନାୟକଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ମେଜର ଡା. ମଧୁସୁଦନ ମିଶ୍ର, ମହାବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଡା. ଦଳଗୋବିନ୍ଦ ବିଶି, ବାଳକ ହାଇସ୍କୁଲର ପୂର୍ବତନ ଏନସିସି ଅଧିକାରୀ ବୃନ୍ଦାବନ ଷଡ଼ଙ୍ଗୀ ଓ ବାଳିକା ହାଇସ୍କୁଲର ଏନସିସି ଅଧିକାରୀ ସୁଚିସ୍ମିତା ମହାନ୍ତି ପ୍ରମୁଖ ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମରେ ଦିବଙ୍ଗତ ଏନସିସି କ୍ୟାଡେଟ ତଥା ସ୍ଥାନୀୟ ଏଚଡିଏଫସି ବ୍ୟାଙ୍କର ପରିଚାଳକ ରାଜକିଶୋର ସାହୁଙ୍କୁ ସମ୍ମାନୀତ କରାଯାଇଥିଲା । ପୂର୍ବରୁ ଦିଲ୍ଲୀ ପ୍ୟାରେଡରେ ଭାଗ ନେଇଥିବା ମହାବିଦ୍ୟାଳୟର ଏନସିସି ସେକେଣ୍ଡ ଜୁନିୟର ଅଫିସର ଏମଡି ରେହାନ, ୩୭ଥର ରକ୍ତଦାନ କରିଥିବା ପୂର୍ବତନ ଏନସିସି କ୍ୟାଡେଟ ପଙ୍କଜ ନାମଦେବ ଓ ଟିଟିଲାଗଡ଼ ରକ୍ତଦାତା ସଂଘ ସଭାପତି ବନମାଲି ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମହାବିଦ୍ୟାଳୟର ସହକାରୀ ଏନସିସି ଅଧିକାରୀ ବେଦବର ରଣା, ଅଧ୍ୟାପକ ଜୟଦେବ କର, ଶତୃଘ୍ନ ନାୟକ, ରସିଦ ରଣା, ଆଶିଷ ବାଗ, ପୂର୍ବତନ ଏନସିସି କ୍ୟାଡେଟ ସନ୍ତୋଷ ମହାନ୍ତି, ରାଜେଶ ସାହୁ ଓ ଅଜୟ ବର୍ମାଙ୍କ ସମେତ ସମସ୍ତ ଏନସିସି ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।