ଅନ୍ତଃଜିଲ୍ଲା ଯୁବ ସଂସଦ କାର୍ଯକ୍ରମ ଅନୁଷ୍ଠିତ

ଫୁଲବାଣୀ,ଗୁମାଗଡ଼,ଏନ୍‌ଏନ୍‌ଏସ୍‌: କନ୍ଧମାଳ ଜିଲ୍ଲା ଟିକାବାଲି ଏଏମସିଏସ ମହାବିଦ୍ୟାଳୟରେ ଫୁଲବାଣୀ ନେହେରୁ ଯୁବ କେନ୍ଦ୍ର ତରଫରୁ ଅନ୍ତଃଜିଲ୍ଲା ଯୁବ ସଂସଦ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଦିନବନ୍ଧୁ ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ଅଧ୍ୟକ୍ଷ ରଜନ ମଲ୍ଲିକ ଯୋଗ ଦେଇଥିଲେ । ମୁଖ୍ୟବକ୍ତା ଭାବରେ ଫୁଲବାଣୀ ଗୋଷ୍ଠୀ ଉନ୍ନୟନ ଅଧ୍ୟକ୍ଷ ଅଧିକାରୀ ପ୍ରବୀଣ ବଣୁଆ ଯୋଗଦେଇ ଜଣେ ବ୍ୟକ୍ତିର ବ୍ୟକ୍ତିତ୍ୱ ତାଙ୍କୁ ସମାଜରେ ପ୍ରତିଷ୍ଠିତ କରେ ବୋଲି କହିଥିଲେ । ନେହରୁ ଯୁବ କେନ୍ଦ୍ରର ୟୁଥ୍ ଅଫିସର ନବନୀତ୍ କୁମାର କାର୍ଯକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ସ୍ୱତନ୍ତ୍ର ଉନ୍ନୟନ ଉପାଧ୍ୟକ୍ଷା ନଳିନୀ କହଁର, ଟିକାବାଲି ସରପଞ୍ଚ କୁନ୍ଦୁର ମଲ୍ଲିକ, ଅଧ୍ୟାପକ ବନମାଳି ବେହେରା, ମୋନାଜ ପଟ୍ଟନାୟକ, ସତ୍ୟବାନ ଦଳବେହେରା, ଅଧ୍ୟାପିକା ନିବେଦିତା ଭୋଇ, ଶିବାନୀ କହଁର, ଚମ୍ପା ସରେନ୍‌, ଅଧ୍ୟାପକ ବିରୁପମି ମିଶ୍ର, ସନ୍ତୋଷ ରଥ, ରତନ ଦିଗାଲ ଓ ଜ୍ଞାନ ରଞ୍ଜନ ଭୋଇ ମଞ୍ଚାସୀନ ଥିଲେ । ଏହି ଅବସରରେ ଆୟୋଜିତ ହୋଇଥିବା ତର୍କ ପ୍ରତଯୋଗିତାରେ ଆଦ୍ୟାଶ ପଟ୍ଟନାୟକ ପ୍ରଥମ, କୁଳମଣୀ କହଁର ଦ୍ୱିତୀୟ ଓ ନିର୍ଝର ଦିଗାଲ ତୃତୀୟ ସ୍ଥାନ ପାଇ ଅତିଥିଙ୍କଠାରୁ ମାନପତ୍ର ଓ ଟ୍ରଫି ଗ୍ରହଣ କରିଥିଲେ । ପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା । କଲେଜର ସମସ୍ତ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀଙ୍କ ସମେତ ସ୍ୱେଚ୍ଛାସେବୀ ବିଶାଲ ନାୟକ, ଭଜମନ ବେହେରା, ଅଞ୍ଜଳି କହଁର ଓ ଜ୍ୟୋର୍ତିମୟୀ ପ୍ରଧାନ କାର୍ଯକ୍ରମରେ ସହଯୋଗ କରିଥିଲେ । ଅଧ୍ୟାପକ ସୁରଜ ସାମଲ ଧନ୍ୟବାଦ ଦେଇଥିଲେ ।