ବିଷପାନରେ ଜଣେ ମହିଳାଙ୍କ ମୃତ

ରିଆମାଳ,ଏନ୍‌ଏନ୍‌ଏସ୍‌: ରିଆମାଳ ଥାନା କୋହ୍ଲବସା ପଞ୍ଚାୟତ ଅନ୍ତର୍ଗତ ଡେଙ୍ଗସର୍ଗୀ ଗ୍ରାମର ଜଣେ ମହିଳା ବିଷ ପାନ କରି ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ମୋତିଲାଲ କିସାନଙ୍କ ସ୍ତ୍ରୀ ଯାଜ୍ଞସେନୀ କିସାନ(୨୨) । ମିଳିଥିବା ରିପୋର୍ଟ ମୁତାବକ, ଯାଜ୍ଞସେନୀ କୌଣସି କାରଣକୁ ନେଇ ବିଷ ଖାଇ ଦେଇଥିଲେ । ପରିବାର ଲୋକ ଜାଣି ପାରି ସଙ୍ଗେ ସଙ୍ଗେ ଛତାବର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ରିଆମାଳ ପୁଲିସ ପହଞ୍ଚି ଶବ ଜବତ କରି ତଦନ୍ତ କରୁଛନ୍ତି । ବ୍ୟବଚ୍ଛେଦ ପରେ ଶବକୁ ପରିବାରକୁ ହସ୍ତାନ୍ତର କରାଯାଇଛି ।