ସଞ୍ଜୟ ବାଙ୍ଗରଙ୍କୁ ପଞ୍ଜାବ କିଙ୍ଗସ ଦେଲା ଗୁରୁ ଦାୟିତ୍ୱ

ନୂଆଦିଲ୍ଲୀ: ଆଇପିଏଲ ୨୦୨୪ ଆରମ୍ଭ ହେବା ପୂର୍ବରୁ ସମସ୍ତ ଫ୍ରାଞ୍ଚାଇଜି ନିଜ ଟିମରେ ବଡ଼ ପରିବର୍ତ୍ତନ କରୁଛନ୍ତି । ଏହିକ୍ରମେ ଗତଥର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ମୁଖ୍ୟ କୋଚ ଥିବା ସଞ୍ଜୟ ବାଙ୍ଗରଙ୍କୁ କିଙ୍ଗସ ଇଲେଭେନ ପଞ୍ଜାବ କ୍ରିକେଟ ଡେଭଲପମେଣ୍ଟ ମୁଖ୍ୟ ଭାବେ ନିଯୁକ୍ତ କରିଛି । ଏନେଇ ପଞ୍ଜାବ କିଙ୍ଗସ ସୂଚନା ପ୍ରଦାନ କରିଛି ।

ସୂଚନାଯୋଗ୍ୟ, ସଞ୍ଜୟ ବାଙ୍ଗର ଏହାପୂର୍ବରୁ ୨୦୧୫ ଓ ୧୬ରେ କିଙ୍ଗସ ଇଲେଭେନ ପଞ୍ଜାବର ମୁଖ୍ୟ କୋଚ ଥିଲେ । ୨୦୧୪ରେ ଖେଳାଯାଇଥିବା ସିଜନରେ ମଧ୍ୟ ସହାୟକ କୋଚ୍ ଦାୟିତ୍ୱ ନିର୍ବାହ କରିଥିଲେ ।