ପାରିବାରିକ କଳହକୁ କେନ୍ଦ୍ର କରି ମହିଳାଙ୍କ ଆତ୍ମହତ୍ୟା

ଦେବଗଡ଼,ଏନ୍‌ଏନ୍‌ଏସ୍‌: ବାରକୋଟ ଥାନା ଅନ୍ତର୍ଗତ ପଦ୍ମପୁର ଗ୍ରାମରେ ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ମହିଳା ନିଜ ଘରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ମିଳିଥିବା ରିପୋର୍ଟ ମୁତାବକ, ପଦ୍ମପୁର ଗ୍ରାମର ପୁରୁଷୋତ୍ତମ ପେଣ୍ଠେଇଙ୍କ ସ୍ତ୍ରୀ ପ୍ରମିଳାଙ୍କ ସହ ତାଙ୍କ ବଡ଼ପୁଅର ଗତ କିଛିଦିନ ଧରି ଝଗଡ଼ା ଲାଗି ରହିଥିଲା । ପାରିବାରିକ ଅଶାନ୍ତି ମଧ୍ୟରେ ଥିବା ପ୍ରମିଳା ଆଜି ନିଜ ଘରେ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିଲେ । ସୂଚନା ପାଇ ବାରକୋଟ ଥାନା ପୁଲିସ ଘଟଣାସ୍ଥଳରୁ ମୃତଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ପାଲଲହଡ଼ା ଡାକ୍ତରଖାନାକୁ ପଠାଇଛି । ଏଥିସହିତ ବ୍ୟବଛେଦ ରିପୋର୍ଟ ଆସିବା ପରେ ଘଟଣାର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ ସୂଚନା ଦେଇଛି ।