ଏପ୍ରିଲ ୩ରେ ହିନ୍ଦୋଳ ଓ ଅତାବିରା ଏନଏସି ନିର୍ବାଚନ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ହିନ୍ଦୋଳ ଓ ଅତାବିରା ଏନଏସି ନିର୍ବାଚନ ଆସନ୍ତା ଏପ୍ରିଲ ୩ ତାରିଖରେ ଅନୁଷ୍ଠିତ ହେବ । ଏହିକ୍ରମେ ଆଜିଠାରୁ ଆଚରଣ ବିଧି ଲାଗୁ ହୋଇଥିବାବେଳେ ମାର୍ଚ୍ଚ ୩ରେ ବିଜ୍ଞପ୍ତି ପ୍ରକାଶ ପାଇବ । ମାର୍ଚ୍ଚ ୯ରୁ ୧୫ ତାରିଖ ମଧ୍ୟରେ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିବେ । ମାର୍ଚ୍ଚ ୧୭ରେ ଯାଞ୍ଚ ଏବଂ ମାର୍ଚ୍ଚ ୨୦ ସୁଦ୍ଧା ନାମାଙ୍କନ ପ୍ରତ୍ୟାହାର ହେବ । ଏଥିସହିତ ଏପ୍ରିଲ ୫ ତାରିଖରେ ଭୋଟ ଗଣତି ହେବ । ଏନେଇ ରାଜ୍ୟ ନିର୍ବାଚନ ଆୟୋଗ ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ପ୍ରଦାନ କରିଛନ୍ତି ।