ମହିଳାଙ୍କ ଆତ୍ମହତ୍ୟା

ଫିରିଙ୍ଗିଆ,ଏନ୍‌ଏନ୍‌ଏସ୍‌: ଫିରିଙ୍ଗିଆ ବ୍ଲକ ପବୀଙ୍ଗିଆ ପଞ୍ଚାୟତ ମଗମୁଣ୍ଡା ଗାଁ ମୀଣିଆ ଡପି ସାହିରେ ଏକ ଅଭାବନୀୟ ଘଟଣା ଘଟିଛି । ବେକରେ ଲୁଗା ଲଗାଇ ଜଣେ ୪୫ ବର୍ଷୀୟା ମହିଳା ଗାଁ ନିକଟସ୍ଥ ଜଙ୍ଗଲରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । କିନ୍ତୁ ଏହା ପଛର କାରଣ ଜଣାପଡ଼ି ନାହିଁ । ପରିବାର ଲୋକଙ୍କ କହିବାନୁସାରେ, ଗତକାଲି ଦିନ ୯ଟା ସମୟରେ ନିଜ ପୁଅ ଓ ଝିଅକୁ ସ୍କୁଲରେ ଛାଡ଼ିବାକୁ ଯାଇ ସେ ଆଉ ଘରକୁ ଫେରିନଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରିବା ସତ୍ତ୍ୱେ ପତ୍ତା ମିଳିନଥିଲା । ଅନ୍ୟପଟେ ଜଙ୍ଗଲରେ ମୃତଦେହକୁ ଦେଖି ଗ୍ରାମବାସୀ ତାଙ୍କ ସ୍ୱାମୀ କୃପାଧର କହଁରକୁ ସୂଚନା ଦେଇଥିଲେ । ପରେ ଖବର ପାଇ ଫିରିଙ୍ଗିଆ ପୁଲିସ ଘଟଣାସ୍ଥଳକୁ ଯାଇ ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ଜଣାପଡ଼ିଛି । ଅନ୍ୟପଟେ ଏହି ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିବା ନେଇ ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ ସୂଚନା ଦେଇଛନ୍ତି ।