Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
୧୪ ବର୍ଷୀୟା ନାବାଳିକାର ଆତ୍ମହତ୍ୟା – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

୧୪ ବର୍ଷୀୟା ନାବାଳିକାର ଆତ୍ମହତ୍ୟା

ଫିରିଙ୍ଗିଆ,ଏନ୍‌ଏନ୍‌ଏସ୍‌: ଫିରିଙ୍ଗିଆ ବ୍ଲକ୍ ଗୋଛାପଡ଼ା ଥାନା ଅଞ୍ଚଳର ଦାମା ରେଜୁ ଗାଁରେ ଜଣେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ୧୪ ବର୍ଷୀୟା ନାବାଳିକା ଗାଁ ପାଖ ଜଙ୍ଗଲର ଏକ ଗଛରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ମିଳିଥିବା ରିପୋର୍ଟ ମୁତାବକ, ଗତ ୨୦ ତାରିଖ ସକାଳୁ ସମ୍ପୃକ୍ତ ନାବାଳିକା କେଉଁଆଡ଼େ ଯାଇ ଘରକୁ ଫେରିନଥିଲେ । ପରେ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ । ଆଉ ଆଜି ଗାଁ ନିକଟସ୍ଥ ଜଙ୍ଗଲର କିଛି ଦୂରରେ ଗୋଟିଏ ଗଛରେ ଝୁଲନ୍ତା ଅବସ୍ଥାରେ କିଛି ଲୋକେ ତାଙ୍କ ମୃତଦେହ ଦେଖି ପରିବାରକୁ ଖବର ଦେଇଥିଲେ । ନାବାଳିକାର ବାପା ଗୋପି ଦୀଗାଲ ଗୋଛାପଡ଼ା ଥାନାରେ ଜଣାଇବା ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଶବକୁ ଉଦ୍ଧାର କରିବା ସହ ଗୋଛାପଡ଼ା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ପରେ ଶବ ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା । ଘଟଣାର ଅଧିକ ତଦନ୍ତ ଚାଲୁ ରହିଥିବା ନେଇ ଗୋଛାପଡ଼ା ଥାନାଧିକାରୀ ରଞ୍ଜିତ କୁମାର ମୁନି ସୂଚନା ଦେଇଛନ୍ତି ।