ଦିଲ୍ଲୀ ଏମସିଡିକୁ ମିଳିଲା ନୂଆ ମେୟର

ନୂଆଦିଲ୍ଲୀ: ଦିଲ୍ଲୀ ନଗର ନିଗମ(ଏମସିଡି)କୁ ନୂଆ ମେୟର ମିଳିଯାଇଛି । ଆମ ଆଦମି ପାର୍ଟି ପ୍ରାର୍ଥୀ ସେଲୀ ଓବରୟ ମେୟର ପଦର ନିର୍ବାଚନ ଜିତିଛନ୍ତି । ସେଲୀଙ୍କୁ ୧୫୦ ଖଣ୍ଡ ଭୋଟ ମିଳିଛି । ସେ ବିଜେପି ପ୍ରାର୍ଥୀ ରେଖା ଗୁପ୍ତାଙ୍କୁ ୩ ଖଣ୍ଡ ଭୋଟରେ ହରାଇଛନ୍ତି ।

ସୂଚନାଯୋଗ୍ୟ, ସେଲୀ ଓବରୟ ଦିଲ୍ଲୀର ପଟେଲ ନଗର ବିଧାନସଭାର ୱାର୍ଡ ନମ୍ବର ୮୬ର କାଉନସିଲର । ୩୯ ବର୍ଷୀୟ ସେଲୀ ପେଶାରେ ପ୍ରଫେସର । ପିଏଚଡି କରିଥିବା ସେଲୀ ପ୍ରଥମଥର ପାଇଁ କାଉନସିଲର ଭାବେ ନିର୍ବାଚିତ ହୋଇଛନ୍ତି । ସେ ବିଜେପି ପ୍ରାର୍ଥୀ ଦୀପାଲୀ କପୁରଙ୍କୁ ମାତ୍ର ୨୬୯ ଭୋଟରେ ହରାଇଥିବା ଜଣାପଡ଼ିଛି ।