ସରକାରୀ ଦେଶୀ ମଦଭାଟି ଭାଙ୍ଗିଲେ ମହିଳା

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଦେବଗଡ଼ ଥାନା ଅନ୍ତର୍ଗତ ତିଳେଇବଣି ବିନ୍ଦପୁର ସରକାରୀ ଦେଶୀ ମଦଭାଟିକୁ ଆଜି ସ୍ଥାନୀୟ ମହିଳାମାନେ ଭାଙ୍ଗି ଦେଇଥିବା ଜଣାପଡ଼ିଛି । ଉତ୍ତ୍ୟକ୍ତ ମହିଳା ମଦ ପାଉଚ ଓ ଅନ୍ୟାନ୍ୟ ମଦ ପ୍ରସ୍ତୁତ ସାମଗ୍ରୀ ନଷ୍ଟ କରିବା ସହ ରାସ୍ତାରେ ଡ୍ରମ ଢାଳି ମଦ ଭାଟିରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ମଦ ଭାଟି ବନ୍ଦ କରିବାକୁ ବାରମ୍ବାର ଦାବି କରୁଥିଲେ ମଧ୍ୟ କୌଣସି ସମାଧନ ନହେବାରୁ ଆଇନକୁ ହାତକୁ ନେଇ ମଦ ଭାଟି ଭାଙ୍ଗିଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଥିବାବେଳେ ପୁଲିସ ପହଞ୍ଚି ମହିଳାଙ୍କୁ ବୁଝାସୁଝା କରୁଥିବା ଜଣାପଡ଼ିଛି । ଏନେଇ ଜିଲ୍ଲା ଅବକାରୀ ଅଧିକ୍ଷକ କରୁଣାକର ତିୱାରୀଙ୍କ ମତାମତ ନେବାରୁ ସୂଚନା ପାଇ ବିଭାଗୀୟ କର୍ମଚାରୀଙ୍କୁ ଘଟଣାସ୍ଥଳକୁ ପଠାଇଥିବା ପ୍ରକାଶ କରିବା ସହ ପୂର୍ବରୁ ଯେଉଁ ଗ୍ରାମରୁ ମଦଭାଟି ମହୁକ ଖରିଦ କରୁଥିଲା ତାହା ନ କରିବା ଏହି ଭଙ୍ଗାରୁଜା ପଛର ମୂଳ କାରଣ ବୋଲି କହିଛନ୍ତି ।