ଜମ୍ମୁ-କଶ୍ମୀରର ସାମ୍ବା ବେର୍ଡରରୁ ଏକ ସୁଡ଼ଙ୍ଗ ଠାବ କଲା ବିଏସଏଫ୍‌

ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରର ସାମ୍ବା ବେର୍ଡରରୁ ବିଏସଏଫ୍ ଏକ ସୁଡ଼ଙ୍ଗ ଠାବ କରିଛି । ଏହି ଅଞ୍ଚଳଟି ପଡ଼ୋଶୀ ଦେଶ ପାକିସ୍ତାନ ସୀମା ନିକଟରେ ଅବସ୍ଥିତ । ଏହି ସୁଡ଼ଙ୍ଗ ଅନ୍ତରାଷ୍ଟ୍ରୀୟ ସୀମାଠାରୁ ୧୫୦ କିମି ଦୂରରେ ରହିଛି । କିଛିଦିନ ପୂର୍ବରୁ ଆତଙ୍କବାଦୀ ଏହି ସୁଡ଼ଙ୍ଗ ଦେଇ ଜମ୍ମୁ-କଶ୍ମୀରରେ ପ୍ରବେଶ କରିଥିବା ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି । ଜୁନ୍ ୩୦ରୁ ଆରମ୍ଭ ହେଉଥିବା ଅମରନାଥ ଯାତ୍ରା ମଧ୍ୟରେ ଏହି ସୁଡ଼ଙ୍ଗ ଚିହ୍ନଟ ହେବା ସମସ୍ତଙ୍କୁ ଚକିତ କରିଛି ।

ବିଏସଏଫର କହିବାନୁସାରେ, ଅମରନାଥ ଯାତ୍ରାରେ ବାଧା ସୃଷ୍ଟି କରିବା ହେଉଛି ଆତଙ୍କବାଦୀଙ୍କ ଉଦ୍ଦେଶ୍ୟ । ବାସ୍ତବରେ ଅମରନାଥ ଯାତ୍ରାକୁ ଆତଙ୍କବାଦୀ ବାଧିତ କରିବା ଇତିହାସରେ ବେଶ୍ ପୁରୁଣା । ୧୯୯୦ ପରଠୁ ଅମରନାଥ ଯାତ୍ରା ସର୍ବଦା ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଛି । ୧୯୯୦ରେ ଯେତେବେଳେ ଘାଟିରୁ କଶ୍ମୀର ପଣ୍ଡିତ ପଳାୟନ କରିଥିଲେ ମାତ୍ର ୪ ହଜାର ଲୋକ ଅମରନାଥ ଯାତ୍ରା କରିଥିଲେ । ଏହାର ୨ ବର୍ଷ ପୂର୍ବରୁ ଅର୍ଥାତ୍ ୧୯୯୮ରେ ୯୬ହଜାର ଭକ୍ତ ବାବାଙ୍କ ଦର୍ଶନ କରିଥିଲେ । ୧୯୯୪ ମସିହାରେ ଆତଙ୍କବାଦୀ ସଂଗଠନ ହରକତ-ଉଲ-ଅନସାର ଦ୍ୱାରା ଅମରନାଥ ଯାତ୍ରା ଉପରେ ରୋକ ଲଗାଯାଇଥିଲା ।