ମିକ୍ସଚର ମେସିନରେ ଚାପିହୋଇ ମହିଳା ମୃତ

ପାଟଣା, ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅଧୀନ ମୁରୁସୁଆଁ ପଞ୍ଚାୟତ କିଆପଡ଼ା ଗ୍ରାମରେ ଥିବା ପ୍ଲାଇଆସ୍ ଇଟା ଫେକ୍ଟ୍ରିରେ ଗୁରୁବାର ଅଘଟଣ ଘଟିଛି। ଫେକ୍ଟ୍ରିର ମିକ୍ସଚର ମେସିନରେ ଚାପି ହୋଇ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା ହେଲେ କିଆପଡା ଗ୍ରାମର ଭୁବନ ନାଏକଙ୍କ ସ୍ତ୍ରୀ ରୁକ୍ମଣୀ ନାଏକ (୫୫) । ସେ ମିକ୍ସଚର ମେସିନକୁ ବନ୍ଦକରି ସଫା କରୁଥିବାବେଳେ କେହି ଜଣେ ମେସିନ ଚାଲୁ କରିଦେଇଥିଲେ। ଫଳରେ ସେ ସେଥିରେ ଚାପି ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ କେନ୍ଦୁଝର ମେଡିକାଲରେ ଭର୍ତ୍ତୀ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।