ରେଢ଼ାଖୋଲ ,ଏନ୍ଏନ୍ଏସ୍: ୧୫ ହଜାର ଟଙ୍କା ପାଇଁ ଏକମାସର ଶିଶୁ କନ୍ୟାକୁ ବିକିଦେଲେ ମହିଳା। ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ଅଞ୍ଚଳରେ ଏଭଳି ଘଟଣା ସାମ୍ନାକୁ ଆସିଛି। ଏନେଇ ଚାରମାଳ ଚାଇଲ୍ଡ ଲାଇନ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା। ଚାରମାଳ ଥାନା ପକ୍ଷରୁ ଉକ୍ତ ଶିଶୁଟିକୁ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ ଚାରମାଳ ଥାନା କେଉଁଟିବାହାଲି ଗାଁର ଜଣେ ଦମ୍ପତି ତାଙ୍କର ୧ମାସ ୭ ଦିନର ଶିଶୁକନ୍ୟାକୁ କୁଶାପାଲି ଗ୍ରାମର ଜଣେ ବ୍ୟକ୍ତିଙ୍କୁ ୧୫ ହଜାର ଟଙ୍କାରେ ବିକ୍ରି କରିଥିବା ଚାରମାଳ ଚାଇଲ୍ଡ ଲାଇନ ଖବର ପାଇବା ପରେ ଥାନାରେ ଅଭିଯୋଗ କରିଥିଲା। ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ଶିଶୁକନ୍ୟା କିଣି ଥିବା ରେଢ଼ାଖୋଲ ଥାନା କୁଶାପାଲି ଗ୍ରାମର ଲଳିତ ପ୍ରଧାନଙ୍କୁ ଥାନାକୁ ଆଣି ତଦନ୍ତ କରୁଥିବା ବେଳେ ଶିଶୁ କନ୍ୟାକୁ ଉଦ୍ଧାର କରିଥିବା ଜଣାପଡିଛି।