କଟକ, ଏନ୍ଏନ୍ଏସ୍: କଟକ ଜିଲ୍ଲା ଆଠଗଡ ବନଖଣ୍ଡରେ ହାତୀପଲଙ୍କ ଉପଦ୍ରବ। ଆଜି ସକାଳୁ ୫୫ ନମ୍ବର ଜାତୀୟ ରାଜପଥରେ ହାତୀପଲ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଧାନ ପାଚିବା ସମୟ ଆସିଥିବାରୁ ଧାନ ଖାଇବା ପାଇଁ ହାତପଲ ଗାଁ ମୁହାଁ ହୋଇପାରନ୍ତି। ଫଳରେ ସ୍ଥାନୀୟଲୋକେ ଭୟଭୀତ ହୋଇପଡିଛନ୍ତି। ଗତକାଲି ଗୁରୁଡୁଝାଟିଆ-ମତ୍ସ୍ୟପୁର ରେଳ ଧାରଣା ଉପରେ ରେଳଲାଇନ ଅତିକ୍ରମ କରୁଥିବା ବେଳେ ଆଜି ସକାଳୁ ୫୫ ନମ୍ବର ଜାତୀୟ ରାଜପଥ ବାଳି ନିକଟରେ ରାସ୍ତା ପାର ହେଉଥିବାର ଦେଖିବାକୁ ମିଳିଥିଲା। ଦୀର୍ଘ ଦିନ ହେବ ହାତୀମାନେ ସ୍ଥାନୀୟ ଅଞ୍ଚଳରେ ଉପଦ୍ରବ କରୁଥିବାରୁ ସ୍ଥାନୀୟ ଅଞ୍ଚଳ ବାସୀ ଓ ବନବିଭାଗ ପାଇଁ ହାତୀ ସମସ୍ୟା ଏକ ମୁଖ୍ୟ କାରଣ ପାଲଟିଛି।