ନବରଙ୍ଗପୁର,ଏନ୍ଏନ୍ଏସ୍: ଜିଲ୍ଲା ଭିନ୍ନକ୍ଷମ ସଂଘ ନବରଙ୍ଗପୁର ପକ୍ଷରୁ ମକର ସଂକ୍ରାନ୍ତି ଅବସରରେ ସହରର ଭିନ୍ନକ୍ଷମ ଅସହାୟ ଓ ଗରିବ ବ୍ୟକ୍ତି ବିଶେଷଙ୍କୁ ଶୀତବସ୍ତ୍ର ବଣ୍ଟାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ସମାଜସେବୀ ଜଗନ୍ନାଥ ମହାପାତ୍ର, ସମ୍ପାଦକ ସୁଜିତ ରଥ, କାଉନସିଲର ନଗେନ୍ଦ୍ର ପଟ୍ଟନାୟକ, ସୋମେଶ ଖୋରା ଓ ବରିଷ୍ଠ ନାଗରିକ ପ୍ରମୁଖ ଉପସ୍ଥିତ ରହି ନବରଙ୍ଗପୁରର ୧୭ଟି ୱାର୍ଡର ଭିନ୍ନକ୍ଷମ ଏବଂ ଅସହାୟ ବ୍ୟକ୍ତିଙ୍କୁ କମ୍ବଳ ଓ ଜଳଖିଆ ପ୍ରଦାନ କରିଥିଲେ । ଏହି ଅବସରରେ ସମାଜସେବୀ ଶ୍ରୀ ମହାପାତ୍ର ସହରରେ ଏପରି କାର୍ଯ୍ୟକ୍ରମ ଅନୁଷ୍ଠାନ ଆୟୋଜନ କରିଥିବାରୁ ଖୁସି ପ୍ରକଟ କରିବା ସହ ଆଗାମୀ ଦିନରେ ଏପରିି ଜନସେବା ଅବ୍ୟାହତ ରହିବ ବୋଲି କହିଛନ୍ତି ।