ସଇଁନ୍ତଲା,ଏନ୍ଏନ୍ଏସ୍: ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଭିନ୍ନକ୍ଷମ ସ୍କୁଲ ପରିସରରେ ଆଜି ଦିବ୍ୟାଙ୍ଗଙ୍କୁ ସହାୟକ ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମନ୍ତ୍ରୀ ଟୁକୁନି ସାହୁ ଯୋଗ ଦେଇଥିବାବେଳେ ସମ୍ମାନୀତ ଅତିଥିଭାବେ ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ, ବ୍ଲକ ପ୍ରତିନିଧି ଅକ୍ଷୟ ରଣା, ବିଡିଓ ଚନ୍ଦ୍ରମଣି ନାଗ, ଜିଲ୍ଲା ପରିଷଦ ସଭ୍ୟ ହିମାଞ୍ଚଲ ବୁଡ଼େକ ଓ ତହସିଲଦାର ମନସିଫିଲ କେରକେଟା ପ୍ରମୁଖ ଯୋଗଦେଇ ବଣ୍ଟନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ ମିଶ୍ର ମଞ୍ଚ ପରିଚାଳନା କରିଥିବାବେଳେ ସିଡିପିଓ ସବିତା ଦାଶ, ବିବିନା ସରପଞ୍ଚ ପୁରୋଷ୍ଟମ କଲତା, ଶିଶକେଳା ସମିତି ସଭ୍ୟ ଉମାକାନ୍ତ ରଣା, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ନାରାୟଣ ଭୋଇ, ବ୍ଲକ ବିଜେଡ଼ି ଯୁବ ସଭାପତି ଭୈରବ ସାହୁ, କେଶବ ଚନ୍ଦ୍ର ନାୟକ ଓ ଗଣ୍ଡପତ୍ରାପାଲି ସରପଞ୍ଚ ମନିଷ ସୁନା ପ୍ରମୁଖ ଉପସ୍ଥିତ ଥିଲେ ।