ଟିଟିଲାଗଡ଼,ଏନ୍ଏନ୍ଏସ୍: ରାଜ୍ୟ ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଟିଟିଲାଗଡ଼ରେ ୨୭୨ଜଣ ଭିନ୍ନକ୍ଷମଙ୍କୁ ସରକାରୀ ଯୋଜନାରେ ବିଭିନ୍ନ ସହାୟତା ଉପକରଣ ବାଣ୍ଟିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ଟିଟିଲାଗଡ଼ ବିିଡିଓ ନବିନ ଚନ୍ଦ୍ର ନାୟକ, ବ୍ଲକ ଅଧ୍ୟକ୍ଷା ସଂଯୁକ୍ତା ନାୟକ, ଜିଲ୍ଲା ପରିଷଦ ସଭ୍ୟା ଗିତା ବିଶି, ବରିଷ୍ଠ ବିଜେଡି ନେତା ପ୍ରେମ ଜୈନ ଓ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ହେମଲତା ମାଝୀ ପ୍ରମୁଖ ମଞ୍ଚାସୀନ ଥିଲେ । ଭିନ୍ନକ୍ଷମଙ୍କ ସମେତ ସମସ୍ତବର୍ଗଙ୍କ ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଯୋଜନା ପ୍ରଣୟନ ସହ ୫ଟି ଯୋଜନା ଜରିଆରେ ନିରୀକ୍ଷଣ କରୁଥିବା ମନ୍ତ୍ରୀ କହିଥିଲେ । ସିଆରସି ବଲାଙ୍ଗିରଙ୍କ ଜରିଆରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକ ପ୍ରଗତି ସହାୟକ ବୈକୁଣ୍ଠ ନାଗ, ସହାୟକ ସୁମନ କଲ୍ୟାଣ ରଣା, ସିଆରସି ବଲାଙ୍ଗିର ନିର୍ଦ୍ଦେଶକ ସୂର୍ଯ୍ୟକାନ୍ତ ପ୍ରସାଦ, ପିଓ ସୁରେନ୍ଦ୍ର ଭୋଇ, ରଞ୍ଜିତା ପଣ୍ଡା ଓ ସତ୍ୟମ ହୋତା ପ୍ରମୁଖ ସହଯୋଗ କରିଥିଲେ ।