ଏକ ନିବୁଜ ଅଞ୍ଚଳରେ ବାୟୁରେ ରହିପାରିବ କରୋନା ଭୂତାଣୁ: ଡବ୍ଲ୍ୟୁଏଚଓ

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ନେଇ ଡବ୍ଲ୍ୟୁଏଚଓ ପକ୍ଷରୁ ନୂଆ ବୈଜ୍ଞାନିକ ତଥ୍ୟ ଘୋଷଣା କରାଯାଇଛି। ଡବ୍ଲ୍ୟୁଏଚଓର କହିବା ମୁତାବକ, କରୋନା ଭୂତାଣୁ ଏକ ନିବୁଜ ଅଞ୍ଚଳରେ ବାୟୁରେ ରହିପାରିବ। ଆଉ ବାୟୁ ମାଧ୍ୟମରେ ଡ୍ରପଲେଟ ସହାୟତାରେ ବ୍ୟାପିବାର ଆଶଙ୍କା ମଧ୍ୟ ରହିଛି। ବିଶେଷ କରି ରେଷ୍ଟୁରାଣ୍ଟ ଓ ଫିଟନେସ ସେଣ୍ଟରରେ ସଂକ୍ରମଣ ହୋଇପାରେ। ବାୟୁ ଚଳାଚଳ ସୁବିଧା ନଥିବା ଅଞ୍ଚଳରେ ଅଧିକ ସମୟ ସଂକ୍ରମିତ ଲୋକଙ୍କ ସହ ରହିଲେ ପଜିଟିଭ ଚିହ୍ନଟ ହେବାର ଆଶଙ୍କା ଅଧିକ ରହିଛି। କିନ୍ତୁ କେବଳ ବାୟୁଦ୍ୱାରା କରୋନା ସଂକ୍ରମଣ ହୋଇପାରିବ ସେନେଇ ଏପର୍ଯ୍ୟନ୍ତ ପର୍ଯ୍ୟାପ୍ତ ତଥ୍ୟ ହସ୍ତଗତ ହୋଇନାହିଁ। ଏନେଇ ଡବ୍ଲ୍ୟୁଏଚଓ ପକ୍ଷରୁ ଗବେଷଣା ଜାରି ରହିଛି ବୋଲି ସୂଚନା ମିଳିଛି।