Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଭୁବନେଶ୍ୱରରୁ ୩୮ କରୋନା ପଜିଟିଭ ଚିହ୍ନଟ: କ୍ୱାରେଣ୍ଟାଇନରୁ ୨୬, ସ୍ଥାନୀୟ ୧୨ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଭୁବନେଶ୍ୱରରୁ ୩୮ କରୋନା ପଜିଟିଭ ଚିହ୍ନଟ: କ୍ୱାରେଣ୍ଟାଇନରୁ ୨୬, ସ୍ଥାନୀୟ ୧୨

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରରୁ ଆଜି ୩୮ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୬ଜଣ ରହିଥିବାବେଳେ ୧୨ଜଣ ସ୍ଥାନୀୟ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୪୦କୁ ବୃଦ୍ଧି ପାଇଛି । ଏଥିସହିତ ୨୬ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବିଜେବି ନଗରସ୍ଥିତ ଏକ ସରକାରୀ ଅଫିସର ୩ଜଣ ପୁରୁଷ କର୍ମଚାରୀ, ସରକାରୀ ହସ୍ପିଟାଲର ଜଣେ କର୍ମଚାରୀ, ୨ଟି ଘରୋଇ ହସ୍ପିଟାଲର ୪ଜଣ କର୍ମଚାରୀ ଓ କ୍ୱାରେଣ୍ଟାଇନ ସେଣ୍ଟରରୁ ୩ଜଣ ରହିଛନ୍ତି। ସେହିପରି ଚନ୍ଦ୍ରଶେଖରପୁର ବିଡିଏ କଲୋନୀ ଓ କଳିଙ୍ଗବିହାରରୁ ୨ ଲେଖାଏଁ, ବରମୁଣ୍ଡା, ଶାସ୍ତ୍ରୀନଗର, ଶୈଳଶ୍ରୀ ବିହାର, ଶିଖରଚଣ୍ଡୀ ବସ୍ତି, ମଞ୍ଚେଶ୍ୱର ଆଦିମାତା କଲୋନୀ, କେଦାରଗୌରୀ ବିହାର, ରସୁଲଗଡ଼, ପଳାଶୁଣୀ, ନୟାପଲ୍ଲୀ, ଆଚାର୍ଯ୍ୟ ବିହାରରୁ ଜଣେ ଲେଖାଏଁ କରୋନାରେ ସଂକ୍ରମିତ ହୋଇଛନ୍ତି।

ଅନ୍ୟପଟେ ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ଗଙ୍ଗନଗରର ଗୋଟିଏ ପରିବାରରୁ ୩ଜଣ, କଳିଙ୍ଗ ବିହାରର ଗୋଟିଏ ପରିବାରରୁ ୩ଜଣ, ଚନ୍ଦ୍ରଶେଖରପୁର ବିଡିଏ କଲୋନୀରୁ ୨ଜଣ, କଳିଙ୍ଗବିହାର କୋଳଥିଆ, ପୋଖରୀପୁଟ କାରଗିଲ ବସ୍ତି, ଭିମଟାଙ୍କି ଏଚବି କଲୋନୀ ଓ ନୟାପଲ୍ଲୀରୁ ଜଣେ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ଆଜି ସୁସ୍ଥ ହୋଇଥିବା ୬ଜଣଙ୍କ ମଧ୍ୟରେ ମଞ୍ଚଶ୍ୱରରୁ ୩ଜଣ, ଯୁନିଟ-୧, ନୟାପଲ୍ଲୀ ଓ ବରମୁଣ୍ଡାରୁ ଜଣେ ଲେଖାଏଁ ରହିଛନ୍ତି।

ସୂଚନାଯୋଗ୍ୟ, ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୪୦ ହୋଇଥିବାବେଳେ ୩୧୪ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୮ଜଣଙ୍କର ମୃତ୍ୟୁ ଘଟିଛି ଓ ୩୧୭ଜଣ ଚିକିତ୍ସିତ ହେଉଛନ୍ତି।