ନୂଆଦିଲ୍ଲୀ,ଏନ୍ଏନ୍ଏସ୍: କରୋନା ଲଢ଼େଇରେ ଭାରତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ବିରୋଧ କରିବା ଆରମ୍ଭ କରିଦେଇଛି। ନୂଆ ଗାଇଡଲାଇନ ଓ ରିସର୍ଚ୍ଚ ଆଧାରରେ ଏହି ଯୁଦ୍ଧରେ ଭାରତ ଏକା ଚାଲିବ ବୋଲି ଡବ୍ଲ୍ୟୁଏଚଓକୁ ଚେତାବନୀ ଦେଇଛି। ଦେଶର ହିତ ପାଇଁ ଯେଉଁ ନିର୍ଦ୍ଦେଶ ଓ ରିସର୍ଚ୍ଚ ଆବଶ୍ୟକ ପଡ଼ିବ ତାହା କରାଯିବ। ଏଥି ସହିତ ଡବ୍ଲ୍ୟୁଏଚଓର ପରାମର୍ଶ ଆମକୁ ଆବଶ୍ୟକ ନାହିଁ ବୋଲି ଭାରତୀୟ ବୈଜ୍ଞାନିକ ସ୍ପଷ୍ଟ କରିଛନ୍ତି।
କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଜଣେ ଅଧିକାରୀଙ୍କ କହିବାନୁସାରେ, ଅଧିକାଂଶ ପଶ୍ଚିମୀ ଦେଶର ବୈଜ୍ଞାନିକ ଓ ଔଷଧ କମ୍ପାନୀ ଭାରତର ଶସ୍ତା ଔଷଧ ଜରିଆରେ ଚିକିତ୍ସା କରିବାକୁ ନେଇ ତାତ୍ସଲ୍ୟ କରିଥାନ୍ତି। କରୋନା ଚିକିତ୍ସା ପାଇଁ ହାଇଡ୍ରୋକ୍ଲୋରୋକୁଇନ ବେଶ୍ ଫଳପ୍ରଦ। କରୋନାରୁ ବଂଚିବା ପାଇଁ ଯଦି ଏହି ଶସ୍ତା ଔଷଧର ଉପଯୋଗ କରାଯାଏ ତେବେ ପଶ୍ଚିମୀ ଦେଶର ଔଷଧ କମ୍ପାନୀକୁ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିବ। ସେଥିପାଇଁ ସେମାନେ ଡବ୍ଲ୍ୟୁଏଚଓ ଉପରେ ଚାପ ପକାଇ ହାଇଡ୍ରୋକ୍ଲୋରୋକୁଇନର ଟ୍ରାଏଲକୁ ରୋକିବା ପାଇଁ ଚେଷ୍ଟା କରୁଛନ୍ତି। ଆଉ ଏହାକୁ ହିଁ ଭାରତ ବିରୋଧ କରିବା ଆରମ୍ଭ କରିଦେଇଛି।