ଚିଟଫଣ୍ଡ ନାଁ’ରେ ଠକେଇ, ଦମ୍ପତି ଗିରଫ

ରାୟଗଡ଼ା,ଏନ୍ଏନ୍ଏସ୍: ଚିଟଫଣ୍ଡ୍ ସ୍କାମ୍ କରି ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଦମ୍ପତିଙ୍କୁ ରାୟଗଡ଼ା ପୁଲିସ୍ ଗିରଫ କରିଛି। ଅଭିଯୁକ୍ତ ଦୁହେଁ ହେଲେ, ଟି.ଭେନୁଗୋପାଳ ଓ ଟି.ସରସ୍ୱତୀ। ସ୍ଥାନୀୟ ରେଲୱେ ଗାର୍ଡ କଲୋନୀରେ ରହୁଥିବା ଏସ୍.କଲ୍ୟାଣୀ ଦଳପତି ନାମକ ଜଣେ ମହିଳା ଏନେଇ ଟାଉନ୍ ଥାନରେ ଲିଖିତ ଅଭିଯୋଗ ପରେ ପୁଲିସ୍ ଘଟଣାର ତଦନ୍ତ କରି ଅଭିଯୁକ୍ତ ସ୍ୱାମୀ ଓ ସ୍ତ୍ରୀଙ୍କୁ ଗିରଫ କରିଛି। ସେମାନଙ୍କଠୁ ବ୍ୟାଙ୍କ ପାସ୍ ବୁକ୍, ଏଟିଏମ୍ କାର୍ଡ, ଡାଏରୀ ସମେତ ଅନ୍ୟ ଜରୁରୀ ନଥିପତ୍ର ଜବତ କରିଛି।

ସୂଚନା ଯୋଗ୍ୟ, ସହରସ୍ଥିତ ରେଲୱେ କଲୋନୀ ଠାରେ ବିଗତ କିଛି ବର୍ଷ ଧରି ଅଭିଯୁକ୍ତ ଦମ୍ପତିି ବିଭିନ୍ନ ଚିଟଫଣ୍ଡ ଗୃପ୍ ଗଢ଼ି ସେହି ଅଞ୍ଚଳର ମହିଳାଙ୍କୁ ଟଙ୍କା ଲଗାଣ ସକାଶେ ଆତ୍କୃଷ୍ଟ କରୁଥିଲେ। ଦୀର୍ଘଦିନରୁ ୩୦ରୁ ଊଦ୍ଧ୍ୱର୍ ମହିଳାମାନେ ଉକ୍ତ ଚିଟଫଣ୍ଡ୍ରେ ନିଜ ଟଙ୍କା ବିନିଯୋଗ କଲା ପରେ ମଧ୍ୟ ଅଭିଯୁକ୍ତ ସେମାନଙ୍କ ଟଙ୍କା ଫେରସ୍ତ କରିନଥିଲେ। ଯାହାଫଳରେ ଏନେଇ ଟଙ୍କା ବିନିଯୋଗ କରିଥିବା ମହିଳା ପୁଲିସର ଦ୍ୱାରସ୍ଥ ହୋଇଥିଲେ। ପୁଲିସ ତଦନ୍ତ ସମୟରେ ୮୨ ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କା ଚିଟଫଣ୍ଡ ଯୋଗେ ସ୍ୱାମୀ ସ୍ତ୍ରୀ ଠକେଇ କରିଥିବା ଜଣା ପଡ଼ିଥିଲା। ତେବେ ଏହି ମାମଲାରେ ସମ୍ପୃକ୍ତ ଦମ୍ପତିଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି।