ଧରାବୀ ବସ୍ତିର ପ୍ରଶଂସାରେ ଡବ୍ଲ୍ୟୁଏଚଓ

ନୂଆଦିଲ୍ଲୀ: ଏସିଆର ସବୁଠୁ ବଡ଼ ବସ୍ତି ଧରାବୀରେ କରୋନା ପ୍ରକୋପ ରୋକିବାର ପ୍ରୟାସକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚଓ) ପ୍ରଶଂସା କରିଛି। ଡବ୍ଲ୍ୟୁଏଚଓର କହିବା ମୁତାବକ, କରୋନା ସଂକ୍ରମଣକୁ ରୋକିବା ପାଇଁ ‘ଧରାବୀ ମଡେଲ’ ଅନ୍ତର୍ଗତ ଯେଉଁ ପ୍ରୟାସ କରାଯାଇଥିଲା ତଦ୍ୱାରା ଆଜି ଉକ୍ତ ଅଞ୍ଚଳ ଏହାକୁ ମାତ ଦେବାର ଶେଷ ପର୍ଯ୍ୟାୟରେ ପହଞ୍ଚିଯାଇଛି। ଧରାବୀର ଉଦାହରଣ ଦେଇ ଡବ୍ଲ୍ୟୁଏଚଓ କହିଥିଲା କି, ରାଷ୍ଟ୍ରୀୟ ଓ ବୈଷୟିକ ଏକଜୁଟତା ବଳରେ କରୋନାକୁ ରୋକାଯାଇପାରିବ।

ସୂଚନାଯୋଗ୍ୟ, ମୁମ୍ବାଇରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ଧରାବୀରେ କରୋନା ସଂକ୍ରମଣ ଉପରେ ଏକପ୍ରକାର ରୋକ ଲାଗିଯାଇଛି। ଶୁକ୍ରବାର ଏଠାରୁ ମାତ୍ର ୧୨ଟି ନୂଆ ମାମଲା ସାମ୍ନାକୁ ଆସିଥିଲା। ଧରାବୀରୁ ଯେଉଁଭଳି କରୋନାକୁ ରୋକାଯାଇଛି ତାହାକୁ ନେଇ ଡବ୍ଲ୍ୟୁଏଚଓ ବେଶ୍ ପ୍ରଭାବିତ। ଡବ୍ଲ୍ୟୁଏଚଓର ମହାନିର୍ଦ୍ଦେଶକ ଏଡହାନମ ଗେବ୍ରିଏସସ୍ କହିଛନ୍ତିି, ‘ଦୁନିଆରେ ଏମିତି ଅନେକ ଉଦାହରଣ ରହିଛି ଯାହାକିି ଦର୍ଶାଉଛି କି ସଂକ୍ରମଣ ଯେତେ ହେଉ ନା କାହିଁକି ତାହାକୁ ରୋକାଯାଇପାରିବ। ଆଉ ଏହି ଉଦାହରଣ ମଧ୍ୟରେ ଇଟାଲୀ, ସ୍ପେନ, ଦକ୍ଷିଣ କୋରିଆ ଓ ମୁମ୍ବାଇର ଏକ ବଡ଼ ଜନସଂଖ୍ୟା ବିଶିଷ୍ଟ ଧରାବୀ ବସ୍ତି ବି ସାମିଲ ରହିଛି।’