କୋଚିଙ୍ଗ ସେଣ୍ଟରର ୨ଜଣ ଶିକ୍ଷକ ଗିରଫ

ମାଲକାନଗିରି,ଏନ୍ଏନ୍ଏସ୍: କାଲିମେଳା ତହସିଲଦାର ଆଲୋକ ଅନୁଗୁଳିଆଙ୍କ ନେତୃତ୍ୱରେ ମାଲକାନଗିରି ଜିଲ୍ଲାର ଏକ କୋଚିଙ୍ଗ ସେଣ୍ଟର ଉପରେ ଚଢ଼ଉ କରାଯାଇଛି। କାଲିମେଳା ଇରିଗେସନ କଲୋନୀସ୍ଥିତ ଏହି କୋଚିଙ୍ଗ ସେଣ୍ଟରରେ ପିଲାଙ୍କୁ ପାଠପଢ଼ା ଯାଉଥିବା ବେଳେ ଚଢ଼ଉ କରାଯାଇ ୨ଜଣ ଶିକ୍ଷକଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଶିକ୍ଷକ ଦ୍ୱୟ ହେଲେ ତାପସ ତ୍ରିପାଠୀ ଓ ନଳାଞ୍ଚଳ ଦାସ। ସରକାରଙ୍କ କୋଭିଡ ନିୟମାନୁସାରେ କୋଚିଂ ସେଣ୍ଟର ବନ୍ଦ ରଖାଯାଇଥିବା ବେଳେ ଏହାକୁ ଉଲଂଘନ କରି ଏଠାରେ ପାଠପଢ଼ା ଚାଲିଥିଲା। ଏଥିସହିତ ୧୨ଜଣ ପଢ଼ୁଥିବା ଏହି କୋଚିଂ ସେଣ୍ଟରରେ ଶିକ୍ଷକ ଦ୍ୱୟ ମାସ୍କ ପରିଧାନ କରିନଥିବା ମଧ୍ୟ ଦେଖା ଯାଇଥିଲା।