ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ଼ରେ ପୌର ନିର୍ବାଚନ ସମୟରେ ୱାର୍ଡ ନଂ ୨ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମତଦାନ ଚାଲିଥିବା ବେଳେ ବୁଥ ବାହାରେ ବିଜେଡି କର୍ମୀ ପ୍ରଦୀପ ମେହେର ଟଙ୍କା ବାଣ୍ଟିବାକୁ କିଛି ଜନସାଧାରଣ ବିରୋଧ କରିଥିଲେ । କିନ୍ତୁ ସେ ନ ମାନିବାରୁ ଜନସାଧାରଣ ଓ ବିଜେପି କର୍ମୀ ପ୍ରଦୀପ ମେହେରଙ୍କୁ ନିସ୍ତୁକ ପିଟିଥିଲେ । ଏହି ସମୟରେ ପାଟଣାଗଡ଼ ବିଧାୟକ ସରୋଜ ମେହେର ନିଜ ଗାଡ଼ିରେ ବସି ନିରବ ଦ୍ରଷ୍ଟା ସାଜିଥିଲେ । ପରେ ପୁଲିସ ପହଞ୍ଚି କିଛି ବିଜେପି କର୍ମୀ ଓ ବିଜେଡିର ଟଙ୍କା ବାଣ୍ଟୁଥିବା ପ୍ରଦୀପ ମେହେରକୁ ଥାନାକୁ ନେଇ ଅଟକ ରଖିଛି।
ସେହିପରି ପାଟଣାଗଡ଼ ରମାଇ ହାଇସ୍କୁଲକୁ ପିଙ୍କ ବୁଥ କରାଯାଇଥିବା ବେଳେ ବିଜେଡି କର୍ମୀ ଯୋଗେନ୍ଦ୍ର ମେହେର ୯ନଂ ୱାର୍ଡ ମତଦାନ କେନ୍ଦ୍ରକୁ ଟଙ୍କା ବାଣ୍ଟିବା ପାଇଁ ଆସିଥିବା ବେଳେ ବିଜେପି କର୍ମୀଙ୍କ ହାବୁଡ଼ରେ ପଡ଼ିଥିଲେ ।