ସୋସିଆଲ ମିଡିଆ ପରେ ଗୁଗୁଲ ନ୍ୟୁଜ ବ୍ଲୋକ କଲା ଋଷ

ନୂଆଦିଲ୍ଲୀ: ଫେସବୁକ, ଇନଷ୍ଟାଗ୍ରାମ ଓ ଟ୍ୱିଟର ପରେ ଋଷ ଏବେ ନିଜ ଦେଶରେ ଗୁଗୁଲ ନ୍ୟୁଜକୁ ବ୍ଲୋକ କରିଦେଇଛି । ଗୁଗୁଲ ନ୍ୟୁଜ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଋଷ ସଞ୍ଚାର ନିୟାମକ ଗ୍ରହଣ କରିଛି । ୟୁକ୍ରେନରେ ଋଷର ସୈନ୍ୟ ଅଭିଯାନକୁ ନେଇ ମିଛ ଖବର ପ୍ରଚାର କରିବାକୁ ଅନୁମତି ପ୍ରଦାନ କରିଥିବାକୁ କେନ୍ଦ୍ର କରି ଗୁଗୁଲ ନ୍ୟୁଜ ଉପରେ ସଞ୍ଚାର ନିୟାମକ ଆରୋପ ଲଗାଇଛି ।

ରିପୋର୍ଟ ମୁତାବକ, ନିକଟରେ ଋଷରେ ଏକ ନୂଆ ଆଇନ ଅଣାଯାଇଥିଲା । ଏହି ଆଇନ ଅନ୍ତର୍ଗତ ଋଷୀୟ ସେନାକୁ ବଦନାମ କଲା ଭଳି କୌଣସି ଘଟଣାର ରିପୋର୍ଟ କରିବା ଅବୈଧ ।