ଚେନ୍ନାଇ ସୁପରକିଙ୍ଗସର ଅଧିନାୟକତ୍ୱ ଭାର ଜାଡେଜାଙ୍କୁ ହସ୍ତାନ୍ତର କଲେ ଧୋନୀ

ନୂଆଦିଲ୍ଲୀ: ଆଇପିଏଲ ୨୦୨୨ ଆରମ୍ଭ ହେବା ପୂର୍ବରୁ ମହେନ୍ଦ୍ର ସିଂହ ଧୋନୀ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଧୋନୀ ଚେନ୍ନାଇ ସୁପରକିଙ୍ଗସର ଅଧିନାୟକତ୍ୱ ଭାର ରବିନ୍ଦ୍ର ଜାଡେଜାଙ୍କୁ ହସ୍ତାନ୍ତର କରିଛନ୍ତି । ଧୋନୀଙ୍କ ଏହି ନିଷ୍ପତ୍ତି ସଭିଙ୍କୁ ଚକିତ କରିଛି ।

ଚେନ୍ନାଇ ଏକ ବୟାନ ଜାରି କରି କହିଛି ଯେ, ଏମଏସ ଧୋନୀ ଚେନ୍ନାଇ ସୁପରକିଙ୍ଗସର ଅଧିନାୟକ ପଦ ଛାଡ଼ିବା ସହ ଦଳର ନେତୃତ୍ୱ ରବିନ୍ଦ୍ର ଜାଡେଜାଙ୍କୁ ହସ୍ତାନ୍ତର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଜାଡେଜା ୨୦୧୨ରୁ ଚେନ୍ନାଇ ସୁପରକିଙ୍ଗସର ଅଭିନ୍ନ ଅଙ୍ଗ ରହିଛନ୍ତି । ଜାଡେଜା ତୃତୀୟ ଖେଳାଳି ଯିଏକି ଚେନ୍ନାଇର ଅଧିନାୟକ ଭାର ସମ୍ଭାଳିବେ । ଧୋନୀ ଚଳିତ ସିଜିନ ଓ ଆଗାମୀ ସିଜିନରେ ମଧ୍ୟ ଚେନ୍ନାଇ ସୁପରକିଙ୍ଗସର ପ୍ରତିନିଧିତ୍ୱ କରିବେ ।