ପ୍ରଧାନମନ୍ତ୍ରୀଙ୍କ ପାଦ ଛୁଇଁବାକୁ ପ୍ରସ୍ତୁତ ଅଛି: ମମତା

କୋଲକାତା,ଏଜେନ୍ସି: ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ଅଧା ଘଣ୍ଟା ବିଳମ୍ବରେ ପହଞ୍ଚି ଚର୍ଚ୍ଚାକୁ ଆସିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏନେଇ ସେ ଆଜି ପ୍ରଧାନମନ୍ତ୍ରୀଙ୍କୁ ପାଲଟା ଆକ୍ରମଣ କରିଛନ୍ତି। ଏନେଇ ମମତା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କି କାଲିର ବୈଠକରେ ଆମେ ପ୍ରଧାନମନ୍ତ୍ରୀଙ୍କ ଅପେକ୍ଷା କରିଥିଲୁ। ସେ କହିଛନ୍ତି କି ଏହା ଜରୁରୀ ନୁହେଁ କି ସବୁବେଳେ ମୁଖ୍ୟମନ୍ତ୍ରୀ ହିଁ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବେ। ଏଥିସହ ମୋର ଏଭଳି ଅପମାନ କରା ନଯାଉ, ଆମେ ବହୁ ଭୋଟରେ ବିଜୟ ହାସଲ କରି ଆପଣଙ୍କୁ ହରାଇଛୁ। ଏଥିପାଇଁ ମୋ ସହିତ ଏଭଳି ବ୍ୟବହାର କରାଯାଉଛି। ମମତା କହିଛନ୍ତି କି ମତେ ବଦନାମ କରିବା ପାଇଁ ଷଡଯନ୍ତ୍ର ହେଉଛି ଓ ପ୍ରତିଦିନ ଝଗଡ଼ା ହେଉଛି।

ଏହା ପରେ ସେ କହିଛନ୍ତି କି ପ୍ରଧାନମନ୍ତ୍ରୀଙ୍କୁ ଅପେକ୍ଷା କରାଇଥିବାରୁ ମୁଁ ଦୁଃଖିତ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଏକପାଖିଆ ସୂଚନା ଚଲାଇ ସେମାନେ ମତେ ବହୁ ଅପମାନିତ କଲେ। ଲୋକଙ୍କ ସ୍ୱାର୍ଥ ପାଇଁ ମୁଁ ତୁମର ପାଦ ଛୁଇଁବାକୁ ପ୍ରସ୍ତୁତ ଅଛି, ଏବେ ଏହି ରାଜନୀତି ବନ୍ଦ କରନ୍ତୁ। ମୁଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରୁଛି କି ମୁଖ୍ୟ ଶାସନ ସଚିବ ଦିଲ୍ଲୀକୁ ଯାଇ ରିପୋର୍ଟ କରିବା ଆଦେଶକୁ ପ୍ରତ୍ୟାହାର କରନ୍ତୁ ଓ ଆମକୁ କାମ କରିବାକୁ ଦିଅନ୍ତୁ। ଏଥିସହିତ ସେ କହିଛନ୍ତି କି କେନ୍ଦ୍ର ରାଜ୍ୟକୁ କାମ କରିବାକୁ ଦେଉନାହିଁ। ବଙ୍ଗଳା ମୋର ପ୍ରାଥମିକତା ଏବଂ ମୁଁ ଏହାକୁ କେବେ ବିପଦରେ ପକାଇବି ନାହିଁ। ମୁଁ ଏଠାରେ ଥିବା ଲୋକଙ୍କ ପାଇଁ ଏକ ସୁରକ୍ଷା କର୍ମୀ ରହିବି।

ସୂଚନା ଅନୁସାରେ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାତ୍ୟା ୟାସର ସମୀକ୍ଷା କରିବା ପାଇଁ ପଶ୍ଚିମବଙ୍ଗ ଗସ୍ତ କରିଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କୁ ସ୍ୱାଗତ କରିବା ପାଇଁ ଯାଇନଥିଲେ। ଏହା ପରେ ମମତା ବାନାର୍ଜୀ ସମୀକ୍ଷା ବୈଠକରେ ଅଧାଘଣ୍ଟା ବିଳମ୍ବରେ ପହଞ୍ଚିଥିଲେ।