ଡିଆରଡିଓର ୫୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ: ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ ଉପରାଜ୍ୟପାଳ

ଜାମ୍ମୁ-କାଶ୍ମୀର,ଏଜେନ୍ସି: ଜାମ୍ମୁ-କାଶ୍ମୀରରେ କୋଭିଡ-୧୯ର ଦ୍ୱିତୀୟ ଲହରିରେ ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ଉପରାଜ୍ୟପାଳ ମନୋଜ ସିହ୍ନା ଆଜି ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଶ୍ରୀ ସିହ୍ନା ଡିଆରଡିଓର ୫୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲକୁ ଜାମ୍ମୁ-କାଶ୍ମୀରର ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରିଛନ୍ତି।

ଏହି ୫୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲଟି ଜାମ୍ମୁରେ ଥିବା ବେଳେ ଅନ୍ୟ ଏକ କୋଭିଡ ହସ୍ପିଟାଲ କାଶ୍ମୀରରେ ଅତିଶୀଘ୍ର ପ୍ରସ୍ତୁତ କରାଯିବ ବୋଲି ଶ୍ରୀ ସିହ୍ନା କହିଛନ୍ତି।

ଏହି ୫୦୦ ଶଯ୍ୟା କୋଭିଡ ହସ୍ପିଟାଲରେ ୧୨୫ଟି ଆଇସିୟୁ ବେଡ଼୍ ସହିତ ଏକ୍ସ-ରେ ଓ ଔଷଧ ସୁବିଧା ରହିଛି। ସେହିପରି ଏଥିରେ ସ୍ପେଶାଲିଷ୍ଟ ଡକ୍ଟର ଓ ପାରାମେଡ଼ିକାଲ ଷ୍ଟାଫ୍ ଉପସ୍ଥିତ ରହିଛନ୍ତି।