ନିଟ୍ ପରୀକ୍ଷାଙ୍କ ବସକୁ ସ୍ୱାଗତ କଲେ ଅତିରିକ୍ତ ଜିଲ୍ଲାପାଳ

ରାୟଗଡା:ଏନ୍ଏନ୍ଏସ୍: ସର୍ବଭାରତୀୟ ନିଟ ମୁଖ୍ୟ ପରୀକ୍ଷା ଆସନ୍ତା ୧୩ତାରିଖରେ ଅନୁଷ୍ଠିତ ହେଉଥିବାରୁ ରାୟଗଡା ଜିଲ୍ଲାରୁ ୬୨ଜଣ ପରୀକ୍ଷାର୍ଥୀଙ୍କୁ ଗଞ୍ଜାମ ଓ ଭୁବନେଶ୍ୱରକୁ ପଠାଇଲା ରାୟଗଡା ଜିଲ୍ଲା ପ୍ରଶାସନ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆଜି ୩ଟି ସ୍ୱତନ୍ତ୍ର ବସ ଯୋଗେ ଜିଲ୍ଲା ଶିଳ୍ପ ପଶିକ୍ଷଣ ସଂସ୍ଥା ଆନୁକୂଲ୍ୟରେ ୬୨ଜଣ ପରୀକ୍ଷାର୍ଥୀଙ୍କ ସହିତ ୨୬ ଅଭିଭାବକଙ୍କୁ ପଠାଯାଇଛି।

ଏହି ୬୨ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୭ଜଣ ବ୍ରହ୍ମପୁରରେ ପରୀକ୍ଷା ଦେବେ ଓ ବାକି ୪୫ଜଣ ପରୀକ୍ଷାର୍ଥୀ ଭୁବନେଶ୍ୱରର ବିଭିନ୍ନ କେନ୍ଦ୍ରରେ ପରୀକ୍ଷା ଦେବେ। ଆଜି ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା ପତାକା ଦେଖାଇ ବସ୍ ଯାତ୍ରାକୁ ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆଇଟିଆଇ ଅଧ୍ୟକ୍ଷ ଅତୂଲ୍ୟ କୁମାର ପଣ୍ଡା, ଜିଲ୍ଲା ସୂଚନା, ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।