ଝାରସୁଗୁଡ଼ାର ୩୦ଟି ପଂଚାୟତ କରୋନା ମୁକ୍ତ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗଡ଼ା ଜିଲ୍ଲାର ୩୦ଟି ପଂଚାୟତ କୋଭିଡମୁକ୍ତ ରହିଛି। ଏଥିରେ ଜିଲ୍ଲାପାଳ ସରୋଜ କୁମାର ସାମଲ ଖୁସିବ୍ୟକ୍ତ କରି ଏହି ପଂଚାୟତଗୁଡ଼ିିକୁ ସଂକ୍ରମଣମୁକ୍ତ ରଖିବା ସମ୍ପୃକ୍ତ ସରପଂଚ, ସମିତି ସଭ୍ୟସଭ୍ୟା ଓ କୋଭିଡ୍ ପରିଚାଳନା କମିଟି ଗୁଡ଼ିକର ନୈତିକ ଦାୟିତ୍ୱ ବୋଲି କହିଛନ୍ତି। ଏତଦବ୍ୟତୀତ ସମସ୍ତ ପଂଚାୟତବାସୀ ସହଯୋଗ କରିବାକୁ ମଧ୍ୟ ଶ୍ରୀ ସାମଲ ଅନୁରୋଧ କରିଛନ୍ତି।

ମିଳିଥିବା ତଥ୍ୟ ଅନୁସାରେ, ଝାରସୁଗୁଡ଼ା ସଦର ବ୍ଲକରେ ୧୭ଟି ପଂଚାୟତ ମଧ୍ୟରୁ ଏଯାଏ ୫ ଟି ପଞ୍ଚାୟତ ଚନ୍ଦୀମାଲ, ଗମରମାଲ, କାତିକେଲା, କୁଦୋପାଲି, ଶ୍ରୀପୁରା କରୋନାମୁକ୍ତ ରହିଛି। ସେହିପରି କିର୍ମିରା ବ୍ଲକର ୮ଟି ପଂଚାୟତ ମଧ୍ୟରୁ କେବଳ ଅର୍ଡା ପଂଚାୟତରେ କରୋନା ପଶି ପାରିନାହିଁ। କୋଲାବିରା ବ୍ଲକର ୯ଟି ପଂଚାୟତ ମଧ୍ୟରୁ ୨ଟି ପଂଚାୟତ ଝିର୍ଲାପାଲି ଓ କୁଲିହାମାଲକୁ ଏଯାଏ କରୋନା ଛୁଇଁବାରେ ବିଫଳ ହୋଇଛି। ଲଇକେରା ବ୍ଲକର ୧୧ଟି ଗ୍ରାମପଂଚାୟତ ମଧ୍ୟରୁ ୫ଟି ପଂଚାୟତ ଭାତଲଏଡ଼ା, ଜାମମାଲ, ଖୁନ୍ତାମାଲ, ନିକତିମାଲ, ସାହାସପୁର ପଂଚାୟତ ମଧ୍ୟ କରୋନା ମୁକ୍ତ ରହିଛି। ସେହିପରି ୩୩ ଗୋଟି ପଂଚାୟତ ବିଶିଷ୍ଟ ଲଖନପୁର ବ୍ଲକର ୧୭ଟି ପଂଚାୟତ ଅତାବିରା, ବାଘମୁଣ୍ଡା, ବନ୍ଧବାହାଲ, ଭିକମପାଲି, ଦଲଗାଁ, ଜମାଗାଁ, କଣ୍ଡେକେଲା, କତରବଗା, କୁମ୍ଭାରବନ୍ଧ, ପଣ୍ଡରୀ, ପିପିଲିକାନି, ପିପିଲିମାଲ, ପିଥିଣ୍ଡା, ରେମତା, ସମରବଗା, ସାରଣ୍ଡାମାଲ ଏବଂ ସୁନାରୀ ପଂଚାୟତ ଏଯାବତ କରୋନା ମୁକ୍ତ ହୋଇ ରହିଛି ବୋଲି ଜିଲ୍ଲାପାଳ ସରୋଜ କୁମାର ସାମଲ ସୂଚନା ଦେଇଛନ୍ତି।