ଦିଲ୍ଲୀରେ ଲାଗିଲା ସପ୍ତାହନ୍ତ କର୍ଫ୍ୟୁ

ନୂଆଦିଲ୍ଲୀ: ଦିଲ୍ଲୀରେ ବଢ଼ୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ନାଇଟ କର୍ଫ୍ୟୁ ପରେ ସପ୍ତାହନ୍ତ କର୍ଫ୍ୟୁ ଜାରି କରାଯାଇଛି। ଫଳରେ ଶନିବାର ଓ ରବିବାର ଦିଲ୍ଲୀ ବନ୍ଦ ରହିବ। ଏନେଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିୟା ସୂଚନା ଦେଇଛନ୍ତି।

ସପ୍ତାହନ୍ତ କର୍ଫ୍ୟୁ ସମୟରେ ଆବଶ୍ୟକ ସେବା ଜାରି ରହିବ। ସମସ୍ତ ସରକାରୀ ଅଧିକାରୀ ଘରୁ କାମ କରିବେ। ଘରୋଇ ସଂସ୍ଥାରେ ୫୦ ପ୍ରତିଶତ ଲୋକଙ୍କୁ ଘରୁ କାମ କରିବାକୁ କୁହାଯାଇଛି। କିନ୍ତୁ ପୂର୍ଣ୍ଣ କ୍ଷମତା ସହ ବସ୍ ଓ ମେଟ୍ରୋ ଟ୍ରେନ୍ ଚାଲିବ। ଏଥିସହିତ ଜରୁରୀ କାମ ନଥିଲେ ଘରୁ ନ ବାହାରିବାକୁ ଉପମୁଖ୍ୟମନ୍ତ୍ରୀ ସିସୋଦିୟା ଲୋକଙ୍କୁ ପରାମର୍ଶ ଦେଇଛନ୍ତି।