ସୁମିତଙ୍କ ଘରେ ହିଁ ରହିବେ ତପସ୍ୱିନୀ: ଜିଲ୍ଲା ଜଜ୍

ଭୁବନେଶ୍ୱର,ଏନ୍ଏନ୍ଏସ୍: ଡାକ୍ତର ସୁମିତ ଓ ତପସ୍ୱିନୀଙ୍କ ବିବାହ ବିବାଦ ମାମଲାରେ ଜିଲ୍ଲା ଜଜ୍ ରାୟ ଶୁଣାଇଛନ୍ତି। ଜଜଙ୍କ ରାୟ ଅନୁସାରେ, ତପସ୍ୱିନୀ ଏବେ ସୁମିତଙ୍କ ବ୍ରହ୍ମପୁରସ୍ଥିତ ବ୍ରହ୍ମାନଗର ଘରେ ହିଁ ରହିବେ। ଖର୍ଚ୍ଚ ପାଇଁ ପ୍ରତି ମାସ ୧୦ ତାରିଖ ସୁଦ୍ଧା ସୁମିତ ୧୭ ହଜାର ଟଙ୍କା ତପସ୍ୱିନୀଙ୍କୁ ଦେବେ। ଏନେଇ ତପସ୍ୱିନୀଙ୍କ ଓକିଲ ପ୍ରଦୀପ ବେହେରା ସୂଚନା ଦେଇଛନ୍ତି।