ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ କରୋନା

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ନିଜେ କେଜ୍ରିୱାଲ ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛନ୍ତି। ହାଲୁକା ଲକ୍ଷଣ ଦେଖାଯାଉଥିବାରୁ ସେ ନିଜକୁ ଘରେ ଆଇସୋଲେଟ କରି ନେଇଛନ୍ତି। ଗତ କିଛିଦିନ ମଧ୍ୟରେ ତାଙ୍କ ସମ୍ପର୍କରେ ଆସିଥିବା ସମସ୍ତଙ୍କୁ କରୋନା ଟେଷ୍ଟ କରିବା ସହ ଆଇସୋଲେଟ ରହିବାକୁ କେଜ୍ରିୱାଲ ପରାମର୍ଶ ଦେଇଛନ୍ତି।