ନାସା ଜାରି କଲା ଓ୍ବେବ୍‌ ସ୍ପେସ୍‌ ଟେଲିସ୍କୋପ୍‌ର ପ୍ରଥମ ରଂଗୀନ ଫଟୋ

ୱାଶିଂଟନ୍‌,ଏଜେନ୍ସି: ନାସା, ଜେମ୍ସ ୱେବ୍ ସ୍ପେସ୍‌ ଟେଲିସ୍କୋପରୁ ନିଆଯାଇଥିବା ପ୍ରଥମ କସମେଟିକ ରଂଗୀନ ଫଟୋ ଜାରି କରିଛି । ଏହି ଫଟୋରେ ଆକାଶମାର୍ଗ, ପେବୁଲା ଓ ଏକ ଗ୍ୟାସ ଗ୍ରହ ନଜରକୁ ଆସିଛି । ମଙ୍ଗଳବାର ଅର୍ଥାତ ଜୁଲାଇ ୧୨ରେ ଏହି ଫଟୋକୁ ପ୍ରସାରିତ କରାଯାଇଛି । ଏଥି ପାଇଁ ଆମେରିକା, ୟୁରୋପୀୟ ଏବଂ କାନାଡା ଅନ୍ତରିକ୍ଷ ସଂସ୍ଥା ପ୍ରସ୍ତୁତି ଆରମ୍ଭ କରିଦେଇଛି ।

ଏକ ଅନ୍ତର୍ଜାତୀୟ କମିଟି ନିର୍ଦ୍ଧାରିତ କରିଛି ଯେ, ପୂରା ରଂଗୀନ ସାଇଣ୍ଟିଫିକ ଫଟୋର ପ୍ରଥମ ଦଫାରେ ସାମିଲ ହେବ, ଯାହା ୨୦୦୦ ଆଲୋକ ବର୍ଷ ଦୂର ଏକ ତାରାକୁ ଘେରି ରହିଛି । କୈରିନା ନେବୁଲା ନିଜର ବିଶାଳ ସ୍ତମ୍ଭ ପାଇଁ ପ୍ରସିଦ୍ଧ, ଯେଉଁଥିରେ ‘ମିଷ୍ଟ୍ରିକ ମାଉଣ୍ଟେନ’ ସାମିଲ ରହିଛି । ହବଲ ଟେଲିସ୍କୋପ ଏକ ଭଲ ଫଟୋରେ ତିନି ଆଲୋକ ବର୍ଷ ଲମ୍ବ କସ୍ମିକ ପେନିକଲଙ୍କୁ କ୍ୟାପଚର କରିଥିଲା ।

ସୂଚନାଯୋଗ୍ୟ, ଅନ୍ତରିକ୍ଷରେ ପଠାଯାଇଥିବା ଏପର୍ଯ୍ୟନ୍ତର ସବୁଠୁ ବଡ଼ ସବୁଠାରୁ ଜଟିଳ ଅବଜରଭେଟୀ । ଏହି ଇଫ୍ରାରେଡ ଟେଲିସ୍କୋପକୁ ତିଆରି କରିବାରେ ପାଖାପାଖି ୯୦୦ କୋଟି ଡଲାର ଖର୍ଚ୍ଚ ହୋଇଛି । ଦକ୍ଷିଣ ଆମେରିକାର ଉତ୍ତରପୂର୍ବ ଉପକୂଳ ଫ୍ରାଞ୍ଚ ଗୁଏନାରୁ ଏହାକୁ କ୍ରିସମସ ଡେ’ରେ ଉତକ୍ଷେପଣ କରାଯାଇଥିଲା । ଏହାର ଓଜନ ହେଉଛି ୬୩୫୦ କିଲୋ ।