ରାଷ୍ଟ୍ରପତି ଭବନ ପରେ ପୁରୁଣା ସଂସଦ ଘେରିଲେ ପ୍ରଦର୍ଶନକାରୀ

କଲମ୍ବୋ: ଶ୍ରୀଲଙ୍କାରେ ଆର୍ଥିକ ସମସ୍ୟାରୁ ସୃଷ୍ଟି ହୋଇଥିବା ରାଜନୈତିକ ସଙ୍କଟ ଏବେ ଆହୁରି ବଢ଼ିବାରେ ଲାଗିଛି। ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଲୋକ ଗତ ଶନିବାର ରାଷ୍ଟ୍ରପତି ଭବନ ଘେରାଉ କରିଥିଲେ । ଆଉ ଏବେ ରାଷ୍ଟ୍ରପତି ଭବନର କିଛି ଦୂରରେ ଥିବା ପୁରୁଣା ସଂସଦ ମଧ୍ୟ ଘେରି ନେଇଛନ୍ତି । ହଜାର ହଜାର ସଂଖ୍ୟାର ଲୋକ ସଂସଦ ଭବନ ନିକଟରେ ପହଞ୍ଚି ବିରୋଧ ପ୍ରଦର୍ଶନ କରୁଥିବା ଲୋକଙ୍କୁ ସମର୍ଥନ କରୁଛନ୍ତି ।

ଅନ୍ୟପଟେ ଲୋକଙ୍କ ସଂଖ୍ୟା ଏତେ ମାତ୍ରାରେ ରହିଥିଲା ଯେ ପୁଲିସ ପକ୍ଷେ ସେମାନଙ୍କୁ କାବୁ କରିବା ସମ୍ଭବ ନହେବାରୁ ସଂସଦ ଭବନ ଘେରିନେଲେ । ଶ୍ରୀଲଙ୍କାର ପୁରୁଣା ସଂସଦ ଏବେ ଏକ ତୀର୍ଥସ୍ଥଳୀରେ ପରିଣତ ହୋଇଯାଇଛି ।