ନୂଆଦିଲ୍ଲୀ,ଏଜେନ୍ସି: ଭାରତ ଓ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଆଜି (ଜୁଲାଇ ୧୨) ଠାରୁ ଆରମ୍ଭ ହେଉଛି । ଓଭାଲରେ ଶୃଙ୍ଖଳାର ପ୍ରଥମ ମୁକାବିଲା ହେବ । ଟି-୨୦ରେ ବିଜୟ ହାସଲ କରିବା ପରେ ଭାରତୀୟ ଟିମ୍ର ମନୋବଳ ବଢ଼ିଛି । ଏବେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଟିମର ଲକ୍ଷ୍ୟ ପ୍ରଥମ ମୁକାବିଲାରେ ବିଜୟ ହାସଲ କରି ଶୃଙ୍ଖଳାରେ ଅଗ୍ରଣୀଲାଭ କରିବା ।
ଘରୋଇ ଟିମ୍ ନିଜର ଶେଷ ଦିନିକିଆ ଶୃଙ୍ଖଳା ନେଦରଲାଣ୍ଡ ବିପକ୍ଷରେ ଖେଳିଥିଲା, ଯେଉଁଥିରେ ଟିମ ୩-୦ରେ ବିଜୟ ହାସଲ କରିଥିଲା । ସେହି ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଇଂଲଣ୍ଡ ୪୯୮ ରନ୍ ସଂଗ୍ରହ କରିଥିଲଶ । ଦିନିକିଆ ଅନ୍ତର୍ଜାତୀୟ ଇତିହାସରେ ଏହା ହେଉଛି ସବୁଠାରୁ ବଡ଼ ସ୍କୋର ।
ଅନ୍ୟପଟରେ ଭାରତୀୟ ଟିମ୍ ଚଳିତ ବର୍ଷ ୨ଟି ଦିନିକିଆ ଶୃଙ୍ଖଳା ଖେଳିଛି । ଚଳିତ ବର୍ଷ ଭାରତ ପ୍ରଥମ ଦିନିକିଆ ଶୃଙ୍ଖଳା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଲିଥିଲା, ଯେଉଁଥିରେ କି ୩-୦ରେ ପରାସ୍ତ ହେବାକୁ ପଡ଼ିଥିଲା । ଏହା ପରେ ଭାରତୀୟ ଟିମ୍ ନିଜ ମାଟିରେ ୱେଷ୍ଟଇଣ୍ଡିଜକୁ ୩-୦ରେ ପରାସ୍ତ କରିଥିଲା । ଶିଖର ଧୱନ ଟିମ୍କୁ ଫେରିଥିବାରୁ ଓପନିଂ କ୍ରମରେ ପରିବର୍ତ୍ତନ ଦେଖିବାକୁ ମିଳିପାରେ । ବିରାଟ କୋହଲିଙ୍କ ସ୍ଥାନରେ ଈଶାନ କିଶନଙ୍କୁ ସ୍ଥାନ ମିଳିପାରେ । କୋହଲି ଆଘାତ ପାଇଥିବାରୁ ଚୂଡ଼ାନ୍ତ ଏକାଦଶରୁ ବାଦ୍ ପଡ଼ିପାରନ୍ତି ।