ଆମେ ଋଷ ଆଗରେ ମୁଣ୍ଡ ନୁଆଁଇବୁନି: ୟୁକ୍ରେନ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଋଷ ତରଫରୁ ଆରମ୍ଭ ହୋଇଥିବା ଆକ୍ରମଣ ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଏକ ବଡ଼ ବୟାନ ଦେଇଛନ୍ତି । ୟୁକ୍ରେନ ରାଷ୍ଟ୍ରପତି ବ୍ଲୋଦୀମିର ଜେଲେନସ୍କୀ କହିଛନ୍ତି ଯେ, ଆମେ ଋଷ ଆଗରେ ନଆଁଇବୁନି କି ପଛକୁ ହଟିବୁ ନାହିଁ । ଆମେ ଋଷ ସହ ସମସ୍ତ ରାଜନୈତିକ ସମ୍ପର୍କ ଶେଷ କରୁଛୁ । ଋଷ ଆମ ଉପରେ ୪ ପଟୁ ଆକ୍ରମଣ କରୁଛି । ମୁଁ ସମସ୍ତଙ୍କୁ ଶାନ୍ତ ରହିବାକୁ ନିବେଦନ କରୁଛି ।

ସୂଚନାଯୋଗ୍ୟ, ୟୁକ୍ରେନର ଅନେକ ଜାଗା ଉପରେ ଋଷ ଏକାସହ ଆକ୍ରମଣ କରିଛି । ଋଷ ସୈନିକ କ୍ରିମିୟା ଗାଡ଼ି ଦ୍ୱାରା ୟୁକ୍ରେନରେ ପ୍ରବେଶ କରିଥିବା ସୁରକ୍ଷା କ୍ୟାମେରା ଫୁଟେଜରେ ଦେଖିବାକୁ ମିଳିଛି । ଚର୍ତୁଦିଗ ଧୂଆଁ ଧୂଆଁ ନଜର ଆସୁଛି। ଅନେକ ବିଲ୍ଡିଂ ନଷ୍ଟ ହୋଇଯାଇଛି । ସଡ଼କରେ ଭିଡ଼ ପରିଲକ୍ଷିତ ହେଉଛି । ଲୋକେ ଭୟଭୀତ ନଜର ଆସୁଛନ୍ତି । ଏଥିସହିତ ୟୁକ୍ରେନର ୪୦ ସୈନିକ ସହିଦ ହୋଇଥିବା ନେଇ ସୂଚନା ମିଳିଛି ।