ମୋଦୀଙ୍କ ସାହାଯ୍ୟ ଲୋଡ଼ିଲା ୟୁକ୍ରେନ

ନୂଆଦିଲ୍ଲୀ: ୟୁକ୍ରେନ ଓ ଋଷ ସେନାଙ୍କ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଇତିମଧ୍ୟରେ ୟୁକ୍ରେନ ସମଗ୍ର ବିଶ୍ୱର ବଡ଼ ଦେଶ ସହ ଉକ୍ତ ମାମଲାରେ ହସ୍ତକ୍ଷେପ କରିବାକୁ ଗୁହାରି କରୁଛି । ଆଉ ଏବେ ଭାରତରେ ମହଜୁଦ ଥିବା ୟୁକ୍ରେନ ରାଜଦୂତ ପ୍ରଧାନମନ୍ତ୍ରୀ ମୋଦୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ।

ୟୁକ୍ରେନ ରାଜଦୂତ ଇଗୋର ପୋଲଖା କହିଛନ୍ତି ଯେ, ୟୁକ୍ରେନ ଓ ଋଷ ମଧ୍ୟରେ ଜାରି ରହିଥିବା ଯୁଦ୍ଧରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବ । ମୋଦୀ ଯଥାଶୀଘ୍ର ୟୁକ୍ରେନ ରାଷ୍ଟ୍ରପତି ବଲୋଡିମିର ଜେଲୋଂସ୍କୀ ଓ ଋଷ ରାଷ୍ଟ୍ରପତି ବ୍ଲାଦମିର ପୁତିନଙ୍କ ସହ ଏସମ୍ପର୍କରେ କଥା ହୁଅନ୍ତୁ । ମୋଦି ଜୀ ଜଣେ ବହୁତ ବଡ଼ ନେତା । ସେଥିପାଇଁ ଆମେ ତାଙ୍କୁ ସାହଯ୍ୟ ପାଇଁ ନିବେଦନ କରୁଛୁ । ଦୁନିଆର ଚିନ୍ତା ଭାରତ ହିଁ ଦୂର କରିପାରିବ ।