ଭୋଟର ତାଲିକା ପ୍ରକାଶ କଲା ବିଏମସି

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ମହାନଗର ନିର୍ବାଚନ ଲାଗି ବିଏମସି ପକ୍ଷରୁ ଆଜି ଭୋଟର ତାଲିକା ପ୍ରକାଶ ପାଇଛି । ୭୦୫ ବୁଥର ୭ଲକ୍ଷ ୨୫ହଜାର ୭୬୫ ଭୋଟରଙ୍କ ତାଲିକା ପ୍ରକାଶ ପାଇଥିବା ଜଣାପଡ଼ିଛି । ଭୋଟର ତାଲିକା ବିଏମସି ଅଫିସ ସହ ସମସ୍ତ ୱାର୍ଡ ଅଫିସରେ ଉପଲବ୍ଧ ହେବ ।