ସଇଁନ୍ତଳା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ଅଞ୍ଚଳରେ ଦୀର୍ଘ ଦିନ ହେଲା ପାଣି ସମସ୍ୟା ଲାଗି ରହିଥିଲା। ଓଡ଼ିଶା ଶିଶୁ ବିକାଶ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁଙ୍କ ପ୍ରଚେଷ୍ଟାରେ ସଇଁନ୍ତଳା ବାସୀଙ୍କ ଅଧୁରା ସ୍ୱପ୍ନ ପୂରଣ ହୋଇଛି। ଏହି ପରିପ୍ରେକ୍ଷୀରେ ବିଧାୟିକା ଟୁକୁନି ସାହୁ ଆଜି ୨ ଲକ୍ଷ ଲିଟର ବିଶିଷ୍ଟ ପାଣି ପ୍ରକଳ୍ପକୁ ଉଦଘାଟନ କରିଛନ୍ତି। ପ୍ରତ୍ୟେକ ଲୋକଙ୍କ ଘରେ ଘରେ ପାଣି ପହଞ୍ଚିବା ସହିତ ପାଣି ପାଇଁ ଆଉ ନଦୀ କୂଳ ଭରଷା ପାଲଟିବ ନାହିଁ ବୋଲି ସେ କହିଛନ୍ତି। ତେବେ ଏହି ପ୍ରକଳ୍ପ ଉଦଘାଟନ କରିଥିବା ବେଳେ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା।
ଏନେଇ ଅଞ୍ଚଳବାସୀ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ଉଦଘାଟନ ଉତ୍ସବରେ ସ୍ଥାନୀୟ ବିଡ଼ିଓ ଦେବାଶିଷ ସାମଲ, ବରିଷ୍ଠ ବିଜେଡି ନେତା ସୁରେନ୍ଦ୍ର ସାହୁ, ରଞ୍ଜନ ବେହେରା, ବିକି ଜି ନାଗ, ଦ୍ରୋପଦୀ ପାତ୍ର, ମନ୍ତ୍ରୀଙ୍କ ପ୍ରତିନିଧି ରାଜ କିଶୋର ଡାଙ୍ଗ, ଚନ୍ଦ୍ର ବଦନ ପୁରୋହିତ, ରାଜେଶ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।