ଦୁବାଇ,ଏଜେନ୍ସି: ଇରାନର ନୌସେନାର ଆଜି ଏକ ବଡ଼ କ୍ଷତି ଘଟିଛି। ଇରାନ ନୌସେନାର ସବୁଠାରୁ ବଡ଼ ଯୁଦ୍ଧ ଜାହାଜ ସ୍ୱର୍ଗରେ ଭୀଷଣ ନିଆଁ ଲାଗିବାରୁ ଓମାନ ଗଲ୍ଫରେ ବୁଡ଼ି ଯାଇଛି। ଲଗାତାର ୨୦ ଘଣ୍ଟା ଧରି ନିଆଁ ଲିଭାଇବାକୁ ଉଦ୍ୟମ କରାଯାଇଥିଲା। ଜାହାଜ ବୁଡ଼ିବା ପୂର୍ବରୁ ସେଥିରୁ ସମସ୍ତ ଚାଳକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଦିଆଯାଇଥିଲା। ଏହି ଘଟଣାଟି ଇରାନ ବନ୍ଦର ନିକଟ ଜାସ୍କର ଓମାନ ଗଲ୍ଫରେ ଘଟିଛି। ତେବେ କେଉଁ କାରଣରୁ ଜାହାଜରେ ନିଆଁ ଲାଗିଲା ତାହା ଏବେ ବି ଅସ୍ପଷ୍ଟ ରହିଛି।
ସୂଚନା ଅନୁସାରେ ଗତକାଲି ରାତି ସାଢ଼େ ୨ଟରେ ଜାହାଜରେ ନିଆଁ ଲାଗିଥିଲା। ଇରାନର ଏହି ଜାହାଜଟି ବ୍ରିଟେନ ନିର୍ମିତ। ଏହାକୁ ପ୍ରଥମ ଥର ୧୯୭୭ ମସିହାରେ ସମୁଦ୍ରରେ ଛଡ଼ାଯାଇଥିଲା। ଇସଲାମିକ କ୍ରାନ୍ତି ପରେ ୧୯୮୪ରେ ଏହି ଜାହାଜକୁ ଇରାନକୁ ହସ୍ତାନ୍ତର କରାଯାଇଥିଲା।