ପାଣି ସମସ୍ୟା ନେଇ ବିଡିଓଙ୍କ ଠାରେ ଅଭିଯୋଗ

ସଇଁନ୍ତଳା,ଏନ୍ଏନ୍ଏସ୍: ପିଇବା ପାଣି ପାଇଁ ଲୋକେ ହନ୍ତସନ୍ତ। ଅନେକ ଜାଗାରେ ନଳକୂପ ଅଚଳ। ଦୁଇବର୍ଷ ହେଲା ପିଇବା ପାଣି ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଛନ୍ତି ସଇଁନ୍ତଳା ବ୍ଲକ୍ କୁଇକେଡା ୟୁପି ସ୍କୁଲର ଉର୍ମିଳା ମହାନନ୍ଦ, ସକୀ ତାଣ୍ଡି, ଯଜ୍ଞ ସିନିତାଣ୍ଡି, ଫୁଲ ତାଣ୍ଡି, ଦେବକୀ ତାଣ୍ଡି, ବୀୟୟା ତାଣ୍ଡି, ଅହଲ୍ୟା ତାଣ୍ଡି ପ୍ରମୁଖ । ଅନେକ ଥର ପଞ୍ଚାୟତ ପ୍ରଶାସନ ଠାରେ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ନମିଳିବାରୁ ବ୍ଲକ୍ କାର୍ଯ୍ୟାଳୟକୁ ଆସି ସଇଁନ୍ତଳା ବିଡ଼ିଓ ଦେବାଶିଷ ସାମଲଙ୍କ ଠାରେ ଅଭିଯୋଗ କରିଛନ୍ତି। ପିଇବା ପାଣିର ବ୍ୟବସ୍ଥା ଖୁବଶୀଘ୍ର କରାଯିବ ବୋଲି ମଧ୍ୟ ଶ୍ରୀ ସାମଲ ପ୍ରତିଶ୍ରୁତି ଦେଇଛନ୍ତି।