ପାଟଣା ବ୍ଲକରୁ ୩ ପଜିଟିଭ ଚିହ୍ନଟ

ପାଟଣା, ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକରୁ ସୋମବାର ୩ ଜଣ କରୋନା ପିଜିଟିଭ ଚିହ୍ନଟ ହୋଇଛନ୍ତି। ବ୍ଲକର ବଡ଼ ପାଟଣା ପଞ୍ଚାୟତର ଜଣେ ୧୭ ବର୍ଷୀୟ ଯୁବକ ଏବଂ ମୁଷାଖୋରୀ ପଞ୍ଚାୟତରୁ ଜଣେ ୧୮ ବର୍ଷୀୟ ଯୁବକ ଏବଂ ବୁଢ଼ୀକାପୁଡି ପଞ୍ଚାୟତର ଜଣେ ୩୮ ବର୍ଷୀୟ ଯୁବକ ପିଜିଟିଭ ଚିହ୍ନଟ ହୋଇଥିବା ମେଡିକାଲ ପକ୍ଷରୁ ସୂଚନା ମିଳିଛି। ସମସ୍ତ ଆକ୍ରାନ୍ତଙ୍କୁ ଘରେ ସଙ୍ଗରୋଧ ରହିବାକୁ ମେଡିକାଲ ପକ୍ଷରୁ ପରାମର୍ଶ ଦିଆଯିବା ସହିତ ଚିକିତ୍ସା ଜାରି ରହିଛି।