ରିଆମାଳ ପୁଲିସ ପ୍ରଶାସନ ପକ୍ଷରୁ ଜଳଛତ୍ର ଆରମ୍ଭ

ରିଆମାଳ,ଏନ୍ଏନ୍ଏସ୍: ଦେବଗଡ ଜିଲ୍ଲା ରିଆମାଳ ଥାନା ପୁଲିସ ପକ୍ଷରୁ ବୁଧବାର ରିଆମାଳ ସାପ୍ତାହିକ ବଜାରରେ ଜଳଛତ୍ର ଆରମ୍ଭ କରାଯାଇଛି। ଥାନା ଅଧିକାରୀ ଲଳିତା ପ୍ରଧାନ ଏହାକୁ ଉଦଘାଟନ କରିଥିଲେ। ଗ୍ରୀଷ୍ମର ପ୍ରଚଣ୍ଡ ଖରାରେ ଜନଜୀବନ ହନ୍ତସନ୍ତ ହେଉଥିବାରୁ ପୁଲିସ ପକ୍ଷରୁ ଜଳଛତ୍ର ଆରମ୍ଭ କରାଯାଇଛି। ସାପ୍ତାହିକ ବଜାର ଥିବାରୁ ବହୁ ଜନସାଧାରଣ ଆସି ଜଳପାନ କରି ତୃଷ୍ଣା ମେଣ୍ଟାଇଛନ୍ତି। ଜନସାଧାରଣରେ ଏହାକୁ ପ୍ରଶଂସା କରାଯାଇଛି। କାର୍ଯ୍ୟକ୍ରମରେ ରିଆମାଳ ଥାନାର ଏସ.ଆଇ ମାଗୁଣି ଗଡନାୟକଙ୍କ ସହ ସମସ୍ତ ପୁଲିସ କର୍ମଚାରୀ ସହଯୋଗ କରିଥିଲେ।