ସାମ୍ବାଦିକଙ୍କ ସୁରକ୍ଷା ଦାବି କଲେ ଜିଲ୍ଲା କନ୍ଧ ସମାଜ ଯୁବ ସଂଗଠନ ସଭାପତି

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ସାରା ରାଜ୍ୟରେ ଦିନକୁଦିନ ସାମ୍ବାଦିକଙ୍କ ଉପରେ ଆକ୍ରମଣ, ଦୁର୍ବ୍ୟବହାର ଏବଂ ଥାନାରେ ମିଥ୍ୟା ମକଦ୍ଦମା ରୁଜୁ କରାଯିବାକୁ ନେଇ ଜିଲ୍ଲା କନ୍ଧ ସମାଜ ଯୁବ ସଂଗଠନ ସଭାପତି ସୁରେଶ ଭୋଇ ଦୃଢ଼ ଭାବେ ନିନ୍ଦା କରିଛନ୍ତି । ଜିଲ୍ଲା କନ୍ଧ ସମାଜର କାର୍ଯ୍ୟାଳୟଠାରେ ସାମ୍ବାଦିକ ଅଶୋକ ନାରାୟଣ ଭୋଇ, ରାମ ନାରାୟଣ ବାଗ, ରାଧେ ମେହେର, ସୁଶାନ୍ତ ଥାନାପତି ଓ ଅଜିତ କୁମାର ସାହୁ ସମେତ ବିଭିନ୍ନ ବ୍ଲକର ସାମ୍ବାଦିକଙ୍କ ଉପସ୍ଥିତିରେ ଏଭଳି ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଅନ୍ୟପଟେ ସାମ୍ବାଦିକଙ୍କ ପାଇଁ ସୁରକ୍ଷା ଆଇନ ବ୍ୟବସ୍ଥା କରିବା ନିହାତି ଜରୁରୀ ହୋଇପଡ଼ି ଥିବାବେଳେ ଯଦି ଆଗାମୀ ଦିନରେ ରାଜ୍ୟ ସରକାର ସାମ୍ବାଦିକଙ୍କ ପାଇଁ ଅଣଦେଖା କରିବେ ତେବେ ସାରା ରାଜ୍ୟରେ ଆଦିବାସୀମାନେ ଆନ୍ଦୋଳନ ପନ୍ଥା ଗ୍ରହଣ କରିବା ଲାଗି ସଜବାଜ ହେଉଥିବା ଶ୍ରୀଯୁକ୍ତ ଭୋଇ କହିଛନ୍ତି। ତେବେ ରାଜ୍ୟ ସରକାର ତୁରନ୍ତ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବା ପାଇଁ ସାମ୍ବାଦିକ ମହଲରେ ଦାବି ହେଉଛି ।