ଅଳ୍ପକେ ବର୍ତ୍ତିଲା ସାର ବୋଝେଇ ଟକ୍

ଝରିଗାଁ,ଏନ୍ଏନ୍ଏସ୍: ଆଜି ଏକ ସାରବୋଝେଇ ଟ୍ରକ୍ ନବରଙ୍ଗପୁରରୁ ଝରିଗାଁ ଆସୁଥିବାବେଳେ ଫୁପୁଗାଁ ବ୍ରିଜ୍ ଉପରେ ଦୁର୍ଘଟଣାଗ୍ରସ୍ତ ହୋଇ ଅଳ୍ପକେ ବର୍ତ୍ତିଯାଇଛି।

ସୂଚନା ଅନୁଯାୟୀ, ନବରଙ୍ଗପୁରଠାରୁ ଗାଡ଼ି ନଂ(ଏପି-୩୯ଏ-୨୦୭୮) ସାର ନେଇ ଝରିଗାଁ ଆସୁଥିବାବେଳେ ଫୁପୁଗାଁ ନିକଟରେ ଥିବା ବ୍ରିଜରେ ସାଇଡ୍ କରିବା ସମୟରେ ସୁରକ୍ଷା ବାଡ଼ ଭାଙ୍ଗି ଟ୍ରକର ଗୋଟେ ସାଇଡ ଭିତରକୁ ପଶିଯାଇଥିଲା। ତେବେ ଟ୍ରକଟି ଅଳ୍ପକେ ବର୍ତ୍ତି ଯାଇଛି।