ଚାକିରି ସ୍ଥାୟୀ କର ନଚେତ ନଭେମ୍ବର ୨୧ରୁ ଆନ୍ଦୋଳନ ଚେତାବନୀ

ନବରଙ୍ଗପୁର,ଏନ୍ଏନ୍ଏସ୍‌: ଚାକିରି ସ୍ଥାୟୀ କର ନଚେତ ନଭେମ୍ବର ୨୧ ତାରିଖରୁ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ସ୍ବାସ୍ଥ୍ୟ ଠିକା କର୍ମଚାରୀ ମହାସଂଘ। ଓଡ଼ିଶା ସ୍ବାସ୍ଥ୍ୟ ଠିକା କର୍ମଚାରୀ ମହାସଂଘ ନବରଙ୍ଗପୁର ଶାଖା ପକ୍ଷରୁ ରବିବାର ଆୟୋଜିତ ଏକ ବୈଠକରେ ନିଷ୍ପତ୍ତି ହୋଇଛି। କେନ୍ଦ୍ର ସରକାରଙ୍କ ଜାତୀୟ ସ୍ବାସ୍ଥ୍ୟ ମିଶନ ଅଧୀନରେ ୧୬ ବର୍ଷ ହେବ ଠିକାରେ କାର୍ଯ୍ୟ କରିବା ପରେ ମଧ୍ୟସ୍ଥାୟୀ ନିଯୁକ୍ତି ଭାବେ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଯଦି କର୍ମଚାରୀଙ୍କୁ ସ୍ଥାୟୀ କରା ନଯାଏ ତେବେ ଚଳିତ ମାସ ୨୧ ତାରିଖରୁ ଆନ୍ଦୋଳନ କରାଯିବାକୁ ସଂଘ ପକ୍ଷରୁ ନିଷ୍ପତ୍ତି ହୋଉଛି।

ସ୍ବାସ୍ଥ୍ୟ ଠିକା କର୍ମଚାରୀଙ୍କ ସମେତ ଆୟୁଷ ଡାକ୍ତର ଓ ଅନ୍ୟାନ୍ୟ କର୍ମଚାରୀ ମଧ୍ୟ ସାମିଲ୍ ଅଛନ୍ତି। ସଘଂର ଜିଲ୍ଲା ସଭାପତି ଦିନେଶ କୁମାର ପ୍ରହରାଜଙ୍କ ସଭାପତିତ୍ବରେ ମୁଖ୍ୟ ଉପଦେଷ୍ଟା ସୁଶାନ୍ତ କୁମାର ପ୍ରହରାଜ, କାର୍ଯ୍ୟକାରୀ ସଭାପତି ସୁଧାଂଶୁ ଶେଖର ତ୍ରୀପାଠୀ, ଡ. ଉମାଶଙ୍କର ଚଇନି, ଉପସଭାପତି ଡଃ କବିନ୍ଦ୍ର ସାହୁ, ଶାନ୍ତିଲତା ନାୟକ, ଯୁଗ୍ମ ସମ୍ପାଦକ ଡ. ବଦ୍ରି ପ୍ରସାଦ ନାୟକ, ସାଧାରଣ ସମ୍ପାଦକ ରାକେଶ କୁମାର ବେହୁରିଆ, କୋଷାଧ୍ୟକ୍ଷ ରଞ୍ଜନ କୁମାର ମିଶ୍ରଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ।