ରୋଗୀଙ୍କୁ ଡାକ୍ତରଙ୍କ ଦୁର୍ବ୍ୟବହାର ଘଟଣା, ଘଣ୍ଟ ଘୋଡାଉଛନ୍ତି ଉଚ୍ଚ ଅଧିକାରୀ!

କର୍ଲାମୁଣ୍ଡା,ଏନ୍‌ଏନ୍‌ଏସ୍‌: ଗତ ବୁଧବାର ଦିନ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ଅନ୍ତର୍ଗତ ରେଗଡା ପ୍ରାଥମିକ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କେଲକେଶ ପ୍ରସାଦ ମନ୍ତ୍ରୀ ରୋଗୀ ଓ ସମ୍ପର୍କୀୟ ମାନଙ୍କୁ ଦୁର୍ବ୍ୟବହାର ସହ ଧମକ ଦେଉଥିବା ନେଇ କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଅଞ୍ଚଳବାସୀ ଡାକ୍ତର କୋଲକେଶ ପ୍ରସାଦ ମନ୍ତ୍ରୀଙ୍କୁ ଅନ୍ୟତ୍ର ବଦଳି ପାଇଁ ଦାବି କରୁଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଅନ୍ୟପଟେ ନିଜ ବିଭାଗର ଅଧିକାରୀଙ୍କୁ ଘଣ୍ଟ ଘୋଡାଇ ଚାଲିଛନ୍ତି ବୋଲି ଜନ ସାଧାରଣରେ ମତ ପ୍ରକାଶ ପାଉଛି।

ସୂଚନାଅନୁସାରେ ମାନବିକ ନଥିବା ଡାକ୍ତର ଶ୍ରୀ ମନ୍ତ୍ରୀଙ୍କୁ ଘଣ୍ଟ ଘୋଡାଇବା ପାଇଁ କର୍ଲାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଭାବେ ନିଯୁକ୍ତ ହୋଇଥିବା ଡାକ୍ତର ଆଶୀଷ କୁମାର ଧରୁଆ ଉଚ୍ଚ ଅଧିକାରୀଙ୍କ ନିକଟରେ ଦଲାଲି କରୁଥିବା ଅଞ୍ଚଳରେ ଚର୍ଚ୍ଚା ହେଉଛି। ତେବେ ଏହି ଅଞ୍ଚଳବାସୀଙ୍କ ଦାବିକୁ ଅଣଦେଖା କରୁଥିବାରୁ ଜିଲ୍ଲା ପ୍ରମୁଖ ଚିକିତ୍ସା ଅଧିକାରୀ ଓ କର୍ଲାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟକଳାପକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଯଦି ଆଗାମୀ ଦିନରେ ଡାକ୍ତର ଶ୍ରୀ ମନ୍ତ୍ରୀଙ୍କୁ ଅନ୍ୟତ୍ର ବଦଳି ନକରାଯାଏ ତାହା ହେଲେ ଆନ୍ଦୋଳନ କରାଯିବ ବୋଲି ମତ ପ୍ରକାଶ ପାଉଛି। ତେଣୁ ବେଳ ଥାଉ ଥାଉ ଉକ୍ତ ଘଟଣା ଉପରେ ଉଚ୍ଚ ଅଧିକାରୀ ମାନେ ଦୃଷ୍ଟି ଦେବା ପାଇଁ ମଧ୍ୟ ଦାବି ହେଉଛି।