ବିଜୟ ଦିବସ ପର୍ଯ୍ୟନ୍ତ ଯୁଦ୍ଧ ଜାରି ରହିବ: ଋଷ

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଆଜି ୬୭ ଦିନରେ ପହଂଚିଛି । ଇତିମଧ୍ୟରେ ଯୁଦ୍ଧ ରୋକିବାକୁ ମଧ୍ୟ ଅନେକ ପ୍ରୟାସ କରାଯାଇଛି । ଆଉ ଏବେ ଯୁଦ୍ଧ ରୋବିବାକୁ ନେଇ ଏକ ବଡ଼ ସୂଚନା ସାମ୍ନାକୁ ଆସିଛି ଋଷ ବୈଦେଶିକ ମନ୍ତ୍ରୀ ସର୍ଗୋଇ ଲାବରୋବ କହିଛନ୍ତି ଯେ, ଋଷର ବିଜୟ ଦିବସ ପୂର୍ବରୁ ଯୁଦ୍ଧରେ କୌଣସି ପରିବର୍ତ୍ତନ କରାଯିବ ନାହିଁ । ଏହାର ଅର୍ଥ ମେ’ ୯ ପର୍ଯ୍ୟନ୍ତ ଜାରି ରହିବ । କିନ୍ତୁ ମେ’ ୯ରେ ଯୁଦ୍ଧ ସମାପ୍ତିକୁ ନେଇ ଘୋଷଣା ହୋଇପାରେ ବୋଲି ବୋଲି ଖୁବ୍ ଚର୍ଚ୍ଚା ହେଉଛି ।

ସୂଚନାଯୋଗ୍ୟ, ଯୁଦ୍ଧକୁ ୬୭ ଦିନ ବିତି ଯାଇଥିଲେ ମଧ୍ୟ ଯୁକ୍ରେନଠାରୁ ଋଷ ଜିତିପାରି ନାହିଁ । ଏପର୍ଯ୍ୟନ୍ତ ଯୁକ୍ରେନର ଅଧିକାଂଶ ସହର କବଜା କରିବାରେ ଋଷ ବିଫଳ ରହିଛି । ଫେବୃଆରୀ ୨୪ରେ ଯେତେବେଳେ ଯୁଦ୍ଧ ଆରମ୍ଭ ହୋଇଥିଲା ୫-୬ ଦିନରେ ୟୁକ୍ରେନକୁ ହରାଇ ଦେବ ବୋଲି ଋଷ ଦାବି କରିଥିଲା । କିନ୍ତୁ ଏହି ଦାବିକୁ ୟୁକ୍ରେନ ଭୁଲ ସାବ୍ୟସ୍ତ କରିବା ସହ ୟୁକ୍ରେନୀ ସୈନିକ ଯୁଦ୍ଧ ଜାରି ରଖିଛନ୍ତି । ଅନ୍ୟପଟେ ଯୁଦ୍ଧ ଯୋଗୁ ଋଷକୁ ଅନେକ କ୍ଷତି ସହିବାକୁ ପଡ଼ିଛି ।