ଭତ୍ତାରୁ ବଞ୍ଚିତ ନେଇ ବ୍ଲକ ଘେରାଉ

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ରାଜ୍ୟ ସରକାର ବୃଦ୍ଧଙ୍କ ପାଇଁ ଭତ୍ତା ବ୍ୟବସ୍ଥା କରିଥିଲେ ମଧ୍ୟ ଅନେକ ଲୋକ ଏଥିରୁ ବଞ୍ଚିତ ରହୁଛନ୍ତି । ବହୁବାର ପଞ୍ଚାୟତରୁ ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ଗୁହାରି କରି ନୟାନ୍ତ ହେବା ପରେ ଶେଷରେ ଆଜି ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ବ୍ଲକ ଘୁନସର ପଞ୍ଚାୟତର ଶତାଧିକ ବୃଦ୍ଧ, ବୃଦ୍ଧା ବ୍ଲକ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ସହଯୋଗର ସଦସ୍ୟ ରବିଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ଏଥିସହିତ ତୁରନ୍ତ ଭତ୍ତା ପ୍ରଦାନ କରିବା ପାଇଁ ଦାବି କରିଥିଲେ । ସ୍ଥାନୀୟ ବିଡିଓ ଚନ୍ଦ୍ର ମଣି ନାଗଙ୍କୁ ଏକ ଦାବିପତ୍ର ପ୍ରଦାନ କରିବା ପରେ ଯୋଗ୍ୟ ବୃଦ୍ଧବୃଦ୍ଧାଙ୍କୁ ହିଁ ଭତ୍ତା ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ ।